ସୁନା ଦୋକାନରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌

Advertisment
ସୁନା ଦୋକାନରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌

New Indian Express

ପାଟଣା/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଥିବା ପ୍ରମିଳା ଜୁଏଲାରିରୁ ଗତକାଲି ରାତିରେ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାରୁପା ଅଳଙ୍କାର ଲୁଟ୍‌ ହୋଇଛି। ଏନେଇ ଦୋକାନ ମାଲିକ ଅଜୟ କୁମାର ପରିଡ଼ା ପାଟଣା ଥାନାରେ ଅଭିଯୋଗ କରିବା ପରେ ପୁୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୋକାନ ମାଲିକ ଓ କର୍ମଚାରୀ ଗତକାଲି ରାତି ପ୍ରାୟ ୯ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଦୁର୍ବୃତ୍ତମାନେ ଆଜବେଷ୍ଟସ ଓ ସିଲିଂ ତାଡ଼ି ଦୋକାନରେ ପଶି ସୁନା ଅଳଙ୍କାର ଲୁଟ୍‌ କରିଛନ୍ତି।

ଡ୍ର'ରେ ଥିବା ୪୫ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ। ଆଜି ‌ସକାଳେ ଦୋକାନରୁ ଚୋରି ହୋଇଥିବା ଜାଣି ଶ୍ରୀ ପରିଡ଼ା ପାଟଣା ଥାନାରେ ଏତଲା ଦେଇଥିଲେ। ଏନେଇ କେସ୍‌ ନମ୍ବର ୧୦/୨୧ ରୁଜୁ ହୋଇଛି। ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ପାଟଣା ଥାନା ଏସ୍‌ଆଇ ଶିବଶଙ୍କର ଆଲଦା ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି। ଦୋକାନରେ ଲାଗିଥିବା ସିସିଟିଭିରେ ଜଣେ ଦୁର୍ବୃତ୍ତର ଫଟୋ କଏଦ ହୋଇଛି।

ଅନ୍ୟପଟେ ଗତକାଲି କେନ୍ଦୁଝର ଟାଉନ ଥାନା ନ୍ୟୁ କଲୋନିରେ ରହୁଥିବା ଦିବ୍ୟଲୋଚନ ମହାନ୍ତ ମକର ପାଇଁ ସପରିବାରେ ତାଙ୍କ ଶ୍ବଶୁର ଘରକୁ ଯାଇଥିଲେ।ଘରେ କେହି ନଥିବାରୁ ତାଲା ପକାଇ ଯାଇଥିଲେ। ଗତକାଲି ରାତିରେ ଚୋରମାନେ ତାଙ୍କ ଘର ତାଲା ଭାଙ୍ଗି ୩୦ ଗ୍ରାମ ସୁନା ଗହଣା ସହିତ ୨୬ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଥିନେଇ ସେ ପୁଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ନେଇ ତଦନ୍ତ କରୁଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଚୋରଙ୍କ ଟେର ପୁଲିସ ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe