ରାୟଗଡାରେ ଝଞ୍ଜାବତୀ ନଦୀର ଦୁଃଖ, ଖସୁଛି ଚେକଗେଟ କଲୋନିରେ ମାଟି ଅତଡ଼ା

Advertisment

ବିପଦସଂକୁଳ ଅବସ୍ଥାରେ ଏବେ ୫୦ ପରିବାର

ବିପଦସଂକୁଳ ଅବସ୍ଥାରେ ଏବେ ୫୦ ପରିବାର

ରାୟଗଡାରେ ଝଞ୍ଜାବତୀ ନଦୀର ଦୁଃଖ, ଖସୁଛି ଚେକଗେଟ କଲୋନିରେ ମାଟି ଅତଡ଼ା

Sambad

ରାୟଗଡା: ରାୟଗଡା ସହର ଦେଇ ଯାଇଥିବା ଝଞ୍ଜାବତୀ ନଦୀ ଏବେ ସ୍ଥାନୀୟ ଲୋକଙ୍କ ଦୁଃଖ ପାଲଟିଛି। ଏହି ନଦୀ କୂଳରେ ଦୀର୍ଘ ବର୍ଷ ଧରି ବାସ କରୁଥିବା ଲୋକେ ଏବେ ପ୍ରମାଦ ଗଣିଲେଣି। ଏହି ନଦୀଟି ସହରର ଚେକଗେଟ କଲୋନୀ ଓ ମା’ ମୁତ୍ୟୁଲମାଙ୍କ ମନ୍ଦିର ଦେଇ ବହିଯାଉଛି। ତେବେ ଚେକଗେଟ କଲୋନି ନିକଟରେ ବସବାସ କରୁଥିବା ପ୍ରାୟ ୫୦ ପରିବାର ଏବେ ବିପଦସଂକୁଳ ଅବସ୍ଥାରେ ରହିଛନ୍ତି। କାରଣ ଏହି ଘର ଗୁଡିକ ପାହାଡ ଉପରେ ରହିଥିଲେ ମଧ୍ୟ ମାଟି ଅତଡା ଖସୁଥିବାରୁ ଘରଗୁଡିକ ମଧ୍ୟ ଆଗାମୀ ଦିନରେ ମାଟିରେ ମିଶିବ ବୋଲି ଆଶଂକା କରାଯାଇଛି। ଗତ କିଛିଦିନ ହେଲା ଏହି ଘର ଗୁଡିକକୁ ସୁରକ୍ଷିତ ରଖିବା ପାଇଁ ଏକ ୱାଲ ନିର୍ମାଣ କରାଯାଇଥିଲା।ତେବେ ସେହି ୱାଲ ଗୁଡିକ ଏବେ ଖସିବାରେ ଲାଗିଛି।

ଧୀରେ ଧୀରେ ଏହା ଘରକୁ ମଧ୍ୟ ଗିଳିବ ବୋଲି କୁହାଯାଇଛି। ଲଗାଣ ବର୍ଷା ଲାଗି ରହିଥିବାରୁ ହୁଏତ ଆଗାମୀ ଦିନରେ ନଦୀ କୂଳରେ ବସବାସ କରୁଥିବା ଏହି ପରିବାର ମାନେ ଦୁର୍ଘଟଣାର ଶିକାର ହୋଇ ପାରନ୍ତି। ତୁରନ୍ତ କୌଣସି ପଦକ୍ଷେପ ନନେଲେ ଏକ ବଡ ଅଘଟଣକୁ ଦୁରେଇ ଦିଆଯାଇ ନପାରେ। ତେବେ ସ୍ଥାନୀୟ ବାସିନ୍ଦା ବାରମ୍ବାର ଜିଲ୍ଲାପାଳଙ୍କୁ ଅବଗତ କରାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି। ଝଞ୍ଜାବତୀ ନଦୀ ଧିରେ ଧିରେ କୂଳ ଖାଇ ଆସିଲାଣି। ତେଣୁ ପାହାଡ ଉପରେ ଘର କରିଥିଲେ ମଧ୍ୟ ନଦୀ କୂଳରେ ରହିଥିବାରୁ ବିପଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe