ଗଛ ଭୁଶୁଡି ଝରିଗାଁ-ଉମରକୋଟ ରାସ୍ତା ଅବରୋଧ, ଅଟକି ରହିଲା ରୋଗୀ ନେଉଥିବା ଆମ୍ବୁଲାନ୍ସ

Advertisment
ଗଛ ଭୁଶୁଡି ଝରିଗାଁ-ଉମରକୋଟ ରାସ୍ତା ଅବରୋଧ, ଅଟକି ରହିଲା ରୋଗୀ ନେଉଥିବା ଆମ୍ବୁଲାନ୍ସ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଝରିଗାଁ-ଉମରକୋଟ ରାସ୍ତାରେ ଥିବା କୁସୁମୀ ଗ୍ରାମ ନିକଟରେ ରାସ୍ତାକଡରେ ଥିବା ଏକ ବିରାଟ ଗଛ ଉପୁଡ଼ି ପଡିଥିଲା। ଫଳରେ ଝରିଗାଁ-ଉମରକୋଟ ରାସ୍ତାରେ ପ୍ରାୟ ଏକ ଘଂଟା ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା। ଏହି କାରଣରୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ମଧ୍ୟ ଅଟକି ଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିବା ବେଳେ ଅଗ୍ନିଶମ ବିଭାଗକୁ ଘଟଣା ନେଇ ଅବଗତ କରିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଂଚି ରାସ୍ତା ସଫା କରିଥିଲେ। ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ସେହିପରି ଝରିଗାଁ ବ୍ଳକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବହୁ ଘରେ ବର୍ଷା ପାଣି ପଶି ଯାଇଥିବା ସହ କିଛି ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe