ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ: ମେହେନ୍ଦି ରେଜାଙ୍କ ଗିରଫ ଦାବି କଲା ଓକିଲ ସଂଘ

ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ: ମେହେନ୍ଦି ରେଜାଙ୍କ ଗିରଫ ଦାବି କଲା ଓକିଲ ସଂଘ

ଝାରସୁଗୁଡ଼ା: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱାତଙ୍କ ପ୍ରତି ଫେସ୍‌ବୁକ୍‌ରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଝାରସୁଗୁଡ଼ା ବାର୍‌ର ଜଣେ ଓକିଲ। ଆଜି ଓକିଲ ସଂଘ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ ବୈଠକରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଓକିଲ ମେହେନ୍ଦି ରେଜାଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛି। ମେହେନ୍ଦି ରେଜା ଫେସ୍‌ବୁକ୍‌ରେ କଙ୍ଗନାଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ଓକିଲ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ତାଙ୍କୁ ତୁରନ୍ତ ଗିରଫ କରାଯିବାକୁ ଏସ୍‌ପି ଓ ଆଇଆଇସିଙ୍କ ନିକଟରେ ଦାବି କରାଯାଇଛି।

ଝାରସୁଗୁଡ଼ା ବାର ଏସୋସିଏସନରୁ ମେହେନ୍ଦିଙ୍କୁ ତୁରନ୍ତ ବରଖାସ୍ତ କରିବା ସହିତ ରାଜ୍ୟ ବାର କାଉନସିଲରୁ ତାଙ୍କୁ ବରଖାସ୍ତ କରାଯିବାକୁ ଦାବି କରାଯାଇଛି। ଏ ନେଇ ଆଜି ବାର ଏସୋସିଏସନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ସଂପର୍କରେ ଅନ୍ତରୀଣ କମିଟି ଅଧ୍ୟକ୍ଷ ପି.ରାମମୋହନ ରାଓ ଜଣାଇଛନ୍ତି। ପୂର୍ବରୁ ବିଜେପି ନେତା ଦୀନେଶ ଜେନ ମଧ୍ୟ ମେହେନ୍ଦି ରୋଜାଙ୍କ ଗିରଫ ଦାବି କରିଥିଲେ। ଭଏସ୍‌ ଅଫ୍‌ ଓମେନ୍‌ ପକ୍ଷରୁ ମଧ୍ୟ ମେହେନ୍ଦି ମହିଳାଙ୍କ ପ୍ରତି ଅପମାନ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ କରାଯାଇ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରାଯାଇ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe