ଝାରସୁଗୁଡା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ବୁଧବାର ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ଓ ତାଙ୍କ ସ୍ଥାନରେ ଝାରସୁଗୁଡ଼ା ଏଡ଼ିଏମ୍ ପ୍ରଦୀପ ସାହୁଙ୍କୁ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ପାଇ ଏଡ଼ିଏମ୍ ଶ୍ରୀ ସାହୁ ଆଜି ଭାରପ୍ରାପ୍ତ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି।
ବ୍ରଜରାଜନଗର ଭୂତବଙ୍ଗଲା ଠାରେ ଏକ ‘ଏଫ୍ଏଲ୍ ସପ’ର ଲାଇସେନ୍ସ ଉପରେ ହାଇକୋର୍ଟ ରହିତା ଦେଶ ଦେଇଥିବା ସତ୍ତ୍ୱେ ଜିଲ୍ଲାପାଳ ସେହି ଲାଇସେନ୍ସକୁ ରଦ୍ଧ କରି ଅନ୍ୟ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରିଥିଲେ। ଏହି ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିଲ୍ଲାପାଳ ରହିତାଦେଶ ଥିବା ସତ୍ତ୍ୱେ ଲାଇସେନ୍ସ ରଦ୍ଧ କରିଥିବାରୁ ଏହା କୋର୍ଟ ଅବମାନନା କରାଯାଇଛି ବୋଲି ଉଲ୍ଲେଖ କରି ତାଙ୍କୁ ନିଲମ୍ବିତ କରାଯିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Follow Us