ସରିଲା ଝାରସୁଗୁଡ଼ା ଉପନିର୍ବାଚନ ମତଦାନ, ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଦେଲେ ଭୋଟ

ସରିଲା ଝାରସୁଗୁଡ଼ା ଉପନିର୍ବାଚନ ମତଦାନ, ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଦେଲେ ଭୋଟ

ଝାରସୁଗୁଡା: ସରିଲା ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଝାରସୁଗୁଡା ବାସିନ୍ଦା ବାଛି ସାରିଛନ୍ତି ନିଜ ନେତା। ଝାରସୁଗୁଡା ଉପ ନିର୍ବାଚନର ଭୋଟିଂ ସକାଳ ୭ ଟାରୁ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୬ଟା ଯାଏଁ ଚାଲିଥିଲା ମତଦାନ ସଂଗ୍ରହ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ କେତୋଟି ସ୍ଥାନରେ ଇଭିଏମରେ ଥିବା ତ୍ରୁଟିର ସମାଧାନ କରାଯାଇଛି । ପୂର୍ବାହ୍ନ ୧୧ ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିଲା ଏବଂ ଦିନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ହୋଇଥିବାବେଳେ ୩ ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିଲା | ସେହିପରି ଅପରାହ୍ନ ୫ ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ସନ୍ଧ୍ୟା ୫ ଟା ସୁଦ୍ଧା ୬୮.୧୨ % ମତଦାନ ହୋଇଛି। ପ୍ରାୟତଃ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଭୋଟ ଅଧିକ ଥାଏ ହେଲେ ଏଥର ମହିଳାଙ୍କ ଭୋଟ ସଂଖ୍ୟା ଅଧିକ ଅଛି। ମହିଳାଙ୍କ ଭୋଟ ସଂଖ୍ୟା ୭୭,୦୨୦ ଥିବା ବେଳେ ପୁରୁଷଙ୍କ ଭୋଟ ସଂଖ୍ୟା ୭୪,୦୦୮। ମୋଟ ୧ ଲକ୍ଷ ୫୦ ହଜାର ୦୩୫ ଭୋଟ ଗ୍ରହଣ କରାଯାଇଛି। ୩ଟି ପୋଲିଂ ବୁଥ ରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲେ ବି ମତଦାନରେ କୌଣସି ସମସ୍ୟା ଉପୁଜି ନାହିଁ। ସନ୍ଧ୍ୟା ୬ ଟାରେ ମତଦାନ ସରୁଥିବା ବେଳେ ବର୍ତ୍ତମାନ ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ୱ ଲୋକ ମତ ସାବ୍ୟସ୍ତ କରିବା ପାଇଁ ଧାଡିରେ ଅଛନ୍ତି। ଭୋଟିଂ ସରିଲା ପରେ ଇଭିଏମ୍ ଗୁଡିକ କଡା ସୁରକ୍ଷାରେ ଝାରସୁଗୁଡା ଇଞ୍ଜିନିଅରିଂ କଲେଜରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ୪୨ ଡିଗ୍ରୀ ତାପମାତ୍ରାରେ କାର୍ଯ୍ୟରତ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe