ଅଜାଣତରେ ଆକାଉଣ୍ଟରୁ କଟିଗଲା ୧.୮ ଲକ୍ଷ ଟଙ୍କା

ଅଜାଣତରେ ଆକାଉଣ୍ଟରୁ କଟିଗଲା ୧.୮ ଲକ୍ଷ ଟଙ୍କା

updateodisha.com

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ସରବାହାଲର ରଶ୍ମିତା କଉଡ଼ିଙ୍କର ସରବାହାଲ ଷ୍ଟେଟ ବ୍ୟାଙ୍କ୍‌ ଶାଖାରେ ଗତ ୬ ବର୍ଷ ଏକ ଆକାଉଣ୍ଟ ରହିଛି। ତେବେ ଗତ ଜାନୁଆରି ୧୯ ତାରିଖ ଓ ୨୧ ତାରିଖ ୨ ଦିନ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୮୪ ହଜାର ଟଙ୍କା କଟିଯାଇଛି। ସେ ଏହି କାରବାର ବ୍ୟାଙ୍କ୍‌ରେ କି ଅନଲାଇନ୍‌ ଉପାୟରେ କରିନଥିବା ବେଳେ କେହି ତଞ୍ଚକତା କରି ଏହି ଟଙ୍କା ଉଠାଇଥିବା ସେ ଅଭିଯୋଗ କରିଛନ୍ତି।

ଆକାଉଣ୍ଟ ଅପ୍‌ଡେଟ୍‌ କରିବା ପରେ ସେ ଘଟଣା ସମ୍ପର୍କରେ ଜାଣିଥିଲେ। ଏନେଇ ଅଭିଯୋଗ କରିବାରେ ଝାରସୁଗୁଡ଼ା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe