ଅବସରପ୍ରାପ୍ତ ସେନା କର୍ମଚାରୀଙ୍କଠୁ ଝାମ୍ପିନେଲେ ୧.୮୩ ଲକ୍ଷ ଟଙ୍କା

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କଠୁ ଝାମ୍ପିନେଲେ ୧.୮୩ ଲକ୍ଷ ଟଙ୍କା

ଝାରସୁଗୁଡ଼ା/ଲଇକେର : ସ୍ପଷ୍ଟ ଦିବାଲୋକରେ ଲୁଟ୍। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା କିରମିରାର ଅବସରପ୍ରାପ୍ତ ସେନା କର୍ମଚାରୀ ସୁରେନ୍ଦ୍ରନାଥ ପୂଜାରୀ(୮୮)ଙ୍କଠାରୁ ଦୁର୍ବୃତ୍ତମାନେ ଝାମ୍ପିନେଲେ ୧ ଲକ୍ଷ ୮୩ ହଜାର ଟଙ୍କା। ଆଜି ଦିନ ପ୍ରାୟ ସାଢେ ଏଗାରଟା ବେଳେ ଲାଇକେରା ଥାନା ବେହେରାମାଲ ନିକଟସ୍ଥ ବିଦ୍ୟୁତ ସବ ଷ୍ଟେସନ ନିକଟରେ ଏହି ଘଟଣା ଘଟିଯାଇଛି। ସୂଚନା ପାଇ ଲାଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ତମାମ ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁସାରେ ଶ୍ରୀ ପୂଜାରୀ କୌଣସି କାମ ପାଇଁ ଆଜି ଲାଇକେରାସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ଟଙ୍କାକୁ ସ୍କୁଟି ଆଗରେ ଥିବା ଗୋଡ଼ ରଖିବା ସ୍ଥାନରେ ରଖି ଉପରେ ମୁଢି ବ୍ୟାଗ ଘୋଡ଼ାଇଦେଇଥିଲେ। ଏହି ସମୟରେ ତାଙ୍କ ସ୍କୁଟି ଭିତରେ ରହିଯାଇଥିବାରୁ ହେଲମେଟ ପିନ୍ଧା ଜଣେ ଯୁବକ ଆସି ତାଙ୍କ ସ୍କୁଟିକୁ କାଢ଼ିବା ସହ ଅନ୍ୟ ଜଣେ ଯୁବକଙ୍କୁ କିଛି ଇସାରା କରିଥିଲେ। ତେବେ ଏହି ଘଟଣାକୁ ଧ୍ୟାନ ନଦେଇ ଶ୍ରୀ ପୂଜାରୀ ସ୍କୁଟି ନେଇ ଘରକୁ ବାହାରିଥିଲେ। ସବ ଷ୍ଟେସନ ନିକଟରେ ୨ ଯୁବକ ଏକ ବାଇକରେ ଆସି ତାଙ୍କ ବ୍ୟାଗ ଖସି ପଡ଼ିଥବା ନେଇ ଶ୍ରୀ ପୂଜାରୀଙ୍କୁ କହିଥିଲେ। ଯୁବକଦ୍ଵୟଙ୍କ କଥାରେ ବିଶ୍ୱାସକରି ଶ୍ରୀ ପୂଜାରୀ ଗାଡ଼ିରୁ ଓହ୍ଲାଇ ପଛକୁ ଦେଖିବା ବେଳକୁ ସମ୍ମୁଖ ଭାଗରୁ ଅର୍ଥାତ କିରମିରା ରାସ୍ତାରୁ ଅନ୍ୟ ୨ ଯୁବକ ବାଇକରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ଲାଇକେରା ଆଡ଼କୁ ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe