କୋମନା: କୋମନା ଥାନା ଅନ୍ତଗର୍ତ କାଣ୍ତେତରା ଗ୍ରାମରେ ଚଢ଼ଉ କରି ପୁଲିସ ୩୦ ବୋତଲ କଫ୍ ସିରପ୍ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମାଗୁରଜଙ୍ଗଲ ଗ୍ରାମର ତ୍ରିନାଥ ରଣା କୋମନା ଥାନା କାଣ୍ଡେତରା ଅଞ୍ଚଳରେ ବେଆଇନ ଭାବେ କଫ୍ ସିରଫ କାରବାର କରିଆସୁଥିବା କୋମନା ପୁଲିସ ଖବର ପାଇଥିଲା। ଏସ୍ଆଇ ଦିଲୀପ ଧଳଙ୍କ ନେତୃତ୍ବରେ ପୁଲିସ କାଣ୍ଡେତରା ଗ୍ରାମରେ ଚଢ଼ଉ କରି ତ୍ରିନାଥ ରଣାଠାରୁ ୩୦ ବୋତଲ କଫ୍ ସିରପ୍ ଏହି କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us