ଦୁର୍ଘଟଣାରେ ଗଲା ୪ ଜୀବନ:ଝାରସୁଗୁଡ଼ା: ବାପା ମୃତ, ପୁଅ ସହ ୨ ଗୁରୁତର

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଦୁର୍ଘଟଣାରେ ଗଲା ୪ ଜୀବନ:ଝାରସୁଗୁଡ଼ା: ବାପା ମୃତ, ପୁଅ ସହ ୨ ଗୁରୁତର

ଝାରସୁଗୁଡ଼ା: ୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ା ଥାନା କୁମୁଡ଼ାପାଲି ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଟ୍ରକ୍‌ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କୁମୁଡ଼ାପାଲିଠାରେ ରାସ୍ତାରୋକ କରିଥିଲେ। ପ୍ରାପ୍ତ ସୂଚନାନୁସାରେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ଦୀପୁପଡ଼ା ଗାଁର ତପସିଲ ନାଏକ (୩୯) ପୁଅ ଅନିଲ (୧୨)ର ଆଜି ଗାଁର ଅମରେଶ ନାଏକ (୨୩)ଙ୍କ ସହ ଏକ ବାଇକ୍‌ (ଓଆର୍‌ ୨୩ଇ-୬୫୮୬)ରେ ଝାରସୁଗୁଡ଼ା ଡାକ୍ତରଖାନାକୁ ଆସୁଥିଲେ।

ତେବେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କୁମୁଡ଼ାପାଲି ନିକଟରେ ସେମାନଙ୍କୁ ଏକ ଟ୍ରକ୍‌ (ଓଆର୍‌ ୦୪ଜି-୦୪୨୫) ଧକ୍କା ଦେବାରୁ ୩ ଜଣ ଯାକ ଛିଟିକି ପଡ଼ିଥିଲେ। ଏଥିରେ ତପସିଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପୁଅ ଅନିଲ ଓ ଅମରେଶ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe