ଟାଇଲ୍ ଚୋରି କରି ୪ ଗିରଫ

ଟାଇଲ୍ ଚୋରି କରି ୪ ଗିରଫ

ଝାରସୁଗୁଡ଼ା: ୬୫ଟି ଟାଇଲ୍ ପ୍ୟାକେଟ୍ ଚୋରି କରିବା ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ପୁଲିସ୍ ଚୋରି ହୋଇଥିବା ୬୫ଟି ଟାଇଲ୍ ପ୍ୟାକେଟ୍ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶନିଚର ଓରାମ, ମିଶ୍ର ଓରାମ, ଅନିଲ ଭୋଇ ଏବଂ କୁନା କିସାନ। ସେମାନେ ବ୍ୟବହାର କରିଥିବା ସ୍କର୍ପିଓ ଏବଂ ଗୋଟିଏ ମୋଟର ସାଇକେଲ୍ ଟିଭିଏସ୍ ଆପାଚେ ମଧ୍ୟ ଜବତ କରାଯାଇଛି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

publive-image

ସୂଚନାଯୋଗ୍ୟ, ଏହି ଅଭିଯୁକ୍ତମାନେ ଉପରୋକ୍ତ ସ୍କର୍ପିଓ ଏବଂ ଟିଭିଏସ ଆପାଚେ ମୋଟରସାଇକେଲ ବ୍ୟବହାର କରି ଗତ ମାସ ୨୪ ତାରିଖ ରାତିରେ ଶିବରାମପୁରର ଶ୍ରୀ ଅରବିନ୍ଦ ସେବାଶ୍ରମ ସ୍କୁଲ ପରିସରରୁ ୬୫ ଟାଇଲ ପ୍ୟାକେଟ ଚୋରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe