ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରଛାତ୍ରୀ ଅସୁସ୍ଥ: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Advertisment
ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରଛାତ୍ରୀ ଅସୁସ୍ଥ: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ଲକ ଜମେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇଛନ୍ତି। ଶିଶୁମାନଙ୍କର ବାନ୍ତି ଓ ଝାଡ଼ା ହେଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସାଢେ଼ ୯ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା। ତେବେ ଏହି ଭୋଜନରେ ଥିବା ଅଣ୍ଡା ଖାଇବାର କିଛି ସମୟ ପରେ ଶିଶୁଙ୍କର ଝାଡ଼ା ବାନ୍ତି ଆରମ୍ଭ ହୋଇଥିଲା। ତେବେ ଏହି ଝାଡ଼ାବାନ୍ତିର କାରଣ ଅଣ୍ଡା ନା ଆଉ କିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନି। ଘଟଣା ସ୍ଥଳରେ ଅଭିଭାବକ ସଂଘ ମଧ୍ୟ ପହଞ୍ଚିଥିବା ବେଳେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe