ଗାଁକୁ ରାସ୍ତା ନଥିବାରୁ ୧ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

ଝାରସୁଗୁଡ଼ାରେ ଅଭାବନୀୟ ଘଟଣା

ଗାଁକୁ ରାସ୍ତା ନଥିବାରୁ ୧ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

ଝାରସୁଗୁଡ଼ା: ପୁଣି ସରକାରଙ୍କ ପାରବାରପଣିଆ ପଦାରେ ପଡ଼ିଲା। ପୁଣି ରାସ୍ତାଘାଟ ନଥିବା ହେତୁ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଗତକାଲି ଦିନ ଦୁଇଟା ସମୟରେ ଝାରସୁଗୁଡା଼ ଜିଲ୍ଲାର ଲଇକେରା ବ୍ଲକ୍ ଅନ୍ତର୍ଗତ ନାଏକଡିହି ଗ୍ରାମର ଜଣେ ଅସହାୟ ଅସୁସ୍ଥ କୁନୁ ଓରାମଙ୍କ ଘର ପାଖକୁ ଆମ୍ବୁଲାନ୍ସ ଯାଇ ନ ପାରିଵାରୁ ୧ କିଲୋମିଟର ଷ୍ଟ୍ରେଚର ସହାୟତାରେ ଵୋହି ଆମ୍ବୁଲାନ୍ସରେ ମେଡିକାଲକୁ ଆଣିଥିବାର ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପରେ କୁନୁ ଓରାମଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ବି ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

publive-image

ସ୍ଥାନୀୟ ଅଞ୍ଚଳରେ ବଜାର ଓ ଅଫିସ୍‌କୁ ଯିବା, ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା, ଗର୍ଭବତୀମାନଙ୍କୁ ଡାକ୍ତରଖାନା ନେବା ବେଳେ ଏମିତି ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe