Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା

Advertisment

ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୮ ବର୍ଷ ଅତିକ୍ରାନ୍ତ କରିସାରିଛି। କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ପାଇଁ କାମ କରୁଥିବା କଥା କହୁଛନ୍ତି। ୨୨ବର୍ଷ ପରେ ଅର୍ଥାତ ୨୦୪୭ରେ ଭାରତ ସରକାର ‘ବିକଶିତ ଭାରତ’ ପାଇଁ ରୋଡ୍‌ମ୍ୟାପ୍‌ କରିଛନ୍ତି।

ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୮ ବର୍ଷ ଅତିକ୍ରାନ୍ତ କରିସାରିଛି। କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ପାଇଁ କାମ କରୁଥିବା କଥା କହୁଛନ୍ତି। ୨୨ବର୍ଷ ପରେ ଅର୍ଥାତ ୨୦୪୭ରେ ଭାରତ ସରକାର ‘ବିକଶିତ ଭାରତ’ ପାଇଁ ରୋଡ୍‌ମ୍ୟାପ୍‌ କରିଛନ୍ତି।

Laikera

Amamuda village of Laikera in Jharsuguda district. Photo: sambad.in

ଲଇକେରା (ଭରତ ପାତ୍ର): ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୮ ବର୍ଷ ଅତିକ୍ରାନ୍ତ କରିସାରିଛି। କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ପାଇଁ କାମ କରୁଥିବା କଥା କହୁଛନ୍ତି। ୨୨ବର୍ଷ ପରେ ଅର୍ଥାତ ୨୦୪୭ରେ ଭାରତ ସରକାର ‘ବିକଶିତ ଭାରତ’ ପାଇଁ ରୋଡ୍‌ମ୍ୟାପ୍‌ କରିଛନ୍ତି। ଅନ୍ୟପଟରେ ୧୧ ବର୍ଷ ପରେ ଓଡ଼ିଶା ସରକାର ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରିବେ। ଶତବାର୍ଷିକ ପାଳନ କରିବା ପୂର୍ବରୁ ଗାଁରୁ ସହର ପର୍ଯ୍ୟନ୍ତ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ପରିକଳ୍ପନା କରାଯାଉଛି। ବିକାଶ ପାଇଁ ଏତେ ଚର୍ଚ୍ଚା ହେଉଥିବା ବେଳେ ତୃଣମୂଳ ସ୍ତରରେ ଲୋକେ କେମିତି ରହୁଛନ୍ତି, ଅତି ନିକଟରୁ ଦେଖିଲେ ଯାଇ ବିଶ୍ବାସ କରିହେବ।

ଝାରସୁଗୁଡ଼ାସମ୍ବଲପୁର ଜିଲ୍ଲା ସୀମାରେ ରହିଛି ଆମମୁଣ୍ଡା ଗାଁ। ଏହି ଗାଁର ଅଧା ଲୋକ ଝାରସୁଗୁଡ଼ାର ନିବାସୀ ହୋଇଥିବା ବେଳେ ବାକି ଲୋକମାନେ ସମ୍ବଲପୁର ଜିଲ୍ଲାର ପରିଚୟ ଦେଇଥାନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଜାମମାଲ ପଞ୍ଚାୟତର ତପଗୁଞ୍ଜା ପଞ୍ଚାୟତର ୧୧ଟି ୱାଡ଼ର ମୋଟ ଭୋଟର ସଂଖ୍ୟା ୨୯୭୬ ଜଣ। ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧୪୭୫ ହୋଇଥିବା ବେଳେ ମହିଳା ଭୋଟର ସଂଖ୍ୟା ୧୫୦୧ ଜଣ। ପଞ୍ଚାୟତର ଉତ୍ତର ପୂର୍ବ ଦିଗରେ ରହିଛି ତପଗୁଞ୍ଜା ଗ୍ରାମର ଆମମୁଣ୍ଡା। ଏହି ଗ୍ରାମର ଗୋଟିଏ ପଡ଼ା ହେଉଛି ଆମ ମୁଣ୍ଡାପଡ଼ା। ଏହି ପଡ଼ାକୁ ଯିବାପାଇଁ ହେଲେ ଭଲ ରାସ୍ତା ଟିଏ ନାହିଁ। ଗ୍ରାମର ହାରାହାରି ୩୦ରୁ ୩୫ ପରିବାର ବସବାସ କରୁଛନ୍ତି। ସେଥିମଧ୍ୟରୁ ୮ରୁ ୧୦ଟି ପରିବାର ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ହୋଇଥିବା ବେଳେ ୨୫ ପରିବାର ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଜାମମାଲ ପଞ୍ଚାୟତ ଅଧୀନରେ ରହିଛି। 

ଗାଁକୁ ଭାଗ କରିଛି ରାସ୍ତା

ଗୋଟିଏ ଗ୍ରାମକୁ ରାସ୍ତା କରିଛି ଦୁଇ ଭାଗ। ମୁଖ୍ୟତଃ ଏହି ଗ୍ରାମକୁ ଯିବା ପାଇଁ ହେଲେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ। ଲଇକେରା ସଦର ମହକୁମା ଠାରୁ ପ୍ରାୟ ୩୦ କିମି ହେବ ଏହି ଗ୍ରାମ। ୨୦ରୁ ୨୫ ପରିବାର ପାଇଁ ମାତ୍ର ୩ଟି ନଳକୂପ ଅଛି ସେଥିମଧ୍ୟରୁ ଗୋଟିଏ ନଳକୂପରେ ଲାଲରଙ୍ଗର ପାଣି ବାହାରୁ ଥିବାରୁ ପାନୀୟ ଉପଯୋଗୀ ହୋଇପାରୁନାହିଁ। ଅନ୍ୟ ଏକ ନଳ କୂପରେ ଅଙ୍ଗନୱାଡ଼ି ପାଇଁ ମଟର ଲଗାଯାଇଥିବାରୁ ସେଥିରୁ ଅନ୍ୟମାନେ ପାଣି ବ୍ୟବହାର କରିପାରୁ ନାହାନ୍ତି। ଗୋଟିଏ ନଳକୂପ ଉପରେ ନିର୍ଭର କରି ଚଳନ୍ତି ପଡାର ଲୋକମାନେ। ସେଥିରେ ପୁଣି ଖରା ଦିନରେ ପାଣିର ସମସ୍ୟା।

ଆହୁରି ପଢ଼ନ୍ତୁ: ଧାମନଗରରେ ଏକତା ପଦଯାତ୍ରା: ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗାମୀ ୧୦ ବର୍ଷ ଗୁରୁତ୍ବପୂର୍ଣ୍ଣ: ଧର୍ମେନ୍ଦ୍ର

ଅବହେଳିତ ଗାଁ ଆମମୁଣ୍ଡା

ଗାଧୋଇବା ପାଇଁ ଜଙ୍ଗଲ ଭିତରେ ଥିବା ଏକ ପୋଖରୀ ଉପରେ ନିର୍ଭର କରିଥାନ୍ତି ଗ୍ରାମବାସୀ। ଗ୍ରାମକୁ ରସ୍ତା ନଥିବାରୁ ବର୍ଷା ଦିନରେ ଆମ୍ବୁଲାନ୍ସ ଆସିପାରେ ନାହିଁ। ଯଦି କାହାର ଦେହ ଖରାପ ହୁଏ ତାହାଲେ ଆମ୍ବୁଲାନ୍ସ ଆସିବାକୁ କୁନ୍ଥୁ କୁନ୍ଥୁ ହୁଏ। ଗ୍ରାମରେ ବିଦ୍ୟାଳୟର ନାହିଁ। ପିଲାମାନେ ଜଙ୍ଗଲ ରାସ୍ତା ଦେଇ ଦୁଇ କିଲୋମିଟର ଚାଲିଚାଲି ତପଗୁଞ୍ଜା ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଥାନ୍ତି। ମୋବାଇଲ ନେଟ୍‌ୱର୍କ ସମସ୍ୟା ଯୋଗୁଁ ଲୋକେ ଫୋନ୍‌ରେ କଥା ଚାରି କିଲୋମିଟର ପର୍ଯ୍ୟନ୍ତ ଧାଇଁଥଶନ୍ତି। ଗ୍ରାମର ଅଧିକାଂଶ ପରିବାର ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଆରମ୍ଭ: ପ୍ରଥମ ଘରୋଇ ଚାକିରିରେ ସରକାର ଦେବେ ୧୫ ହଜାର ଟଙ୍କା

Laikera1
Amamuda village of Laikera in Jharsuguda district. Photo: sambad.in

ନିର୍ବାଚନ ବେଳେ ମନେପଡ଼େ ଆମମୁଣ୍ଡା

ନେତା ମନ୍ତ୍ରୀଙ୍କ କଥା ଛାଡ଼ନ୍ତୁ। ବ୍ଲକର ସରକାରୀ ବାବୁମାନଙ୍କର ବି ଦର୍ଶନ ମିଳେ ନାହିଁ ବୋଲି କୁହନ୍ତି ପଡାବାସୀ। ନିର୍ବାଚନ ପରେ ନିର୍ବାଚନ ଯାଉଛି ହେଲେ ବଦଳୁ ନାହିଁ ଏମାନଙ୍କର ଭାଗ୍ୟ। ନିର୍ବାଚନ ଆସିଲେ ପଡ଼ାକୁ ଯାଆନ୍ତି ପ୍ରାର୍ଥୀମାନେ। ବିକାଶର ସ୍ୱପ୍ନ ଦେଖାଇ ଭୋଟ ହାତେଇ ଜିତନ୍ତି। ତା’ ପରେ ଆଉ ଦେଖା ମିଳେ ନାହିଁ। ପୁଣି ପାଞ୍ଚ ବର୍ଷ ପରେ ଆମମୁଣ୍ଡାବାସୀ ମନେ ପଡ଼ନ୍ତି। ଦୁଇ ଜିଲ୍ଲାର ଗୋଟିଏ ଗ୍ରାମ ହେଲେବି କେବେ ବି ମନ ମନାନ୍ତର ନ ଥାଏ ଏମାନଙ୍କର ଭିତରେ। ସୁଖଦୁଃଖର ସାଥି ହୋଇ ଚଳି ଯାଆନ୍ତି ଦୁଇଜିଲ୍ଲାର ପରିବାର। ସରକାରଙ୍କ ପକ୍ଷରୁ ଏହି ଗ୍ରାମ ଉପରେ ଦୃଷ୍ଟି ଦେଇ ସାଧାରଣ ଜୀବନଯାପନ କରିବା ପାଇଁ ମୌଳିକ ସୁବିଧା କରାଇ ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe