ଟ୍ରଲର ଧକ୍କାରେ ଯୁବକ ମୃତ, ୪୯ ନଂ ଜାତୀୟ ରାଜପଥ ଅବରୋଧ

ଟ୍ରଲର ଧକ୍କାରେ ଯୁବକ ମୃତ, ୪୯ ନଂ ଜାତୀୟ ରାଜପଥ ଅବରୋଧ

ଝାରସୁଗୁଡ଼ା: ଟ୍ରଲର ଧକ୍କାରେ ଯୁବକ ମୃତ। ମୃତକ ହେଲେ ଶ୍ୟାମ ମାଳି। ଗତକାଲି ରାତିରେ ସେ ୪୯ ନଂ ଜାତୀୟ ରାଜପଥର ବ୍ରଜରାଜନଗର ଥାନା ଗାନ୍ଧୀ ଛକରେ ଟ୍ରଲର ଧକ୍କାରେ ଓରିଏଣ୍ଟ ଥାନା ଅନ୍ତର୍ଗତ ବୁଢ଼ୀଜାମରଠାରେ ଗୁରୁତର ଆହତ ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ୟାମଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ଗାନ୍ଧୀ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ୪୯ ନଂ ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା ଦେଖା ଦେଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାରସଂଖ୍ୟକ ଗାଡ଼ିମଟର ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe