ବେଲପାହାଡ ନିକଟରେ ପୁଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୨ ମୃତ

ବେଲପାହାଡ ନିକଟରେ ପୁଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୨ ମୃତ

ବେଲପାହାଡ଼: ବେଲପାହାଡ଼ଠାରେ ୪୯ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ଆଜି ସକାଳ ୬ଟା ୩୦ ମିନିଟରେ ଏକ ପୁଲିସ ଭ୍ୟାନକୁ ଗୋଟିଏ ଟ୍ରକ ଧକ୍କା ଦେବାରୁ ଦୁଇ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୭ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଅଛି । ଆହତ ମାନଙ୍କୁ ଟିଆରଏଲ ହସପିଟାଲ ଓ ମଣ୍ଡଳିଆ ସେଣ୍ଟ୍ରାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଏହି ପୁଲିସ କର୍ମୀମାନେ ଓଏସଏପି ୨ୟ ବାଟାଲିୟନର ବୋଲି ଜଣାପଡିଛି ।

publive-image

ଏହି ପୁଲିସ ଭ୍ୟାନଟି ବନହରପାଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାାଉଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନହରପାଲିଠାରେ ଥିବା ଓପିଜିସିର ୨ୟ ଓ ୩ୟ ୟୁନିଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe