ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ

Photo by : aws.ehowcdn.com

ଝାରସୁଗୁଡ଼ା : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଶନିବାର ଝାରସୁଗୁଡ଼ା ସ୍ପେଶାଲ ଜଜ୍‌ ତଥା ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍‌ ଜଜ୍‌ ସୌମେନ୍ଦ୍ର କୁମାର ରାଜଗୁରୁ ଅଭିଯୁକ୍ତ ତାଲପଟିଆ ଗାଁର ସରୋଜ ଘାସି ଓରଫ୍‌ ଗଟୁକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅର୍ଥ ପୀଡ଼ିତାଙ୍କୁ ଦେବାକୁ ରାୟରେ ଉଲ୍ଲେଖ ରହିଛି।

ବିବରଣୀ ଅନୁସାରେ ୨୦୧୨ ନଭେମ୍ବର ୧୭ ତାରିଖରେ ୩ ବର୍ଷ ୬ ମାସର ଶିଶୁ କନ୍ୟାଟି ସକାଳ ପ୍ରାୟ ସାଢ଼େ ୧୦ଟାରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ ତାଲପଟିଆର ସରୋଜ ଏକ ଭଙ୍ଗା ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ଏହି ଘଟଣାରେ ପୁଲିସ ଘଟଣା ଦିନ ଅଭିଯୁକ୍ତ ସରୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସାକ୍ଷ୍ୟ ପ୍ରମାଣକୁ ବିଚାର କରି ଝାରସୁଗୁଡ଼ା ସ୍ପେଶାଲ ଜଜ୍‌ ତଥା ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍‌ ଜଜ୍‌ ଶ୍ରୀ ରାଜଗୁରୁ ଏହି ରାୟ ଶୁଣାଇଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରସିକ୍ୟୁଟର ସତପାଲ ସିଂ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe