ଆମ୍ବଦରହକୁ ବିପଜ୍ଜନକ ପୋଲ

ଆମ୍ବଦରହକୁ ବିପଜ୍ଜନକ ପୋଲ

ବ୍ରଜରାଜନଗର: ଝାରସୁଗୁଡ଼ା ବ୍ଲକ୍‌ ରାଜପୁର ପଞ୍ଚାୟତ ଆମ୍ବଦରହ ଗାଁକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରେ ଥିବା ପୋଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବିପଜ୍ଜନକ ପୋଲ ଉପରେ ଗ୍ରାମବାସୀ ଦୈନନ୍ଦିନ ଯାତାୟାତ କରୁଥିବା ବେଳେ କେତେବେଳେ ଯେ ଏହା ନ ଭୁଶୁଡ଼ିବ ସେନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରାୟ ୫୦ ବର୍ଷ ତଳେ ଏହି ପୋଲ ନିର୍ମିତ ହୋଇଛି। ବଘରାଚକାରୁ ରାସ୍ତା ଉପରେ ଏହି ପୋଲଟି ରହିଛି। ଏହା ଆମ୍ବଦରହକୁ ଏକମାତ୍ର ରାସ୍ତା। ଏହା ଯଦି ଭାଙ୍ଗିଯାଏ ତା’ହେଲେ ପ୍ରାୟ ୭୦ ବର୍ଷ ତଳେ ଓପିଏମକୁ ବାଉଁଶ ପରିବହନ ପାଇଁ ନିର୍ମିତ ହୋଇଥିବା ଏକ ଜଙ୍ଗଲ ରାସ୍ତା ଦେଇ ୧୨ କିମି ବୁଲି ଯିବାକୁ ପଡ଼ିବ।

ଏବେ ରହିଥିବା ମୁଖ୍ୟ ରାସ୍ତା ଉପରେ ରହିଥିବା ପୋଲଟି ୪୦ ଫୁଟ ଉଚ୍ଚର ରହିଥିବା ବେଳେ ତଳ ଅଂଶରୁ ସିମେଣ୍ଟ ଛାଡ଼ିଯିବା ସହ ଫାଟ ସୃଷ୍ଟି ହେଲାଣି। ଗ୍ରାମବାସୀ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଅପରପକ୍ଷରେ ଆମ୍ବଦରହ ଗାଁଟିକୁ ବିଭିନ୍ନ ଦୃଷ୍ଟିକୋଣରୁ ଆଦର୍ଶ ଗ୍ରାମର ମାନ୍ୟତା ମଧ୍ୟ ଦିଆଯାଇଛି। ଗାଁଲୋକଙ୍କ ପାଇଁ ସବୁ କିଛି ମୌଳିକ ସୁବିଧା ସୁଯୋଗ ରହିଥିବା ବେଳେ ୨୦୧୩ରୁ ହେବାକୁ ଥିବା ପକ୍କା ରାସ୍ତାଟି ବନ ବିଭାଗର ଅନୁମତି ମିଳି ନଥିବାରୁ ତାହା ସଂପୂର୍ଣ୍ଣ ହୋଇପାରିନାହିଁ। ତେବେ, ଜଣେ ଆରଡି ଅଧିକାରୀ କହିଛନ୍ତି ଯେ ବିଭାଗ ପୋଲର ଅବସ୍ଥାକୁ ନେଇ ଅବଗତ ରହିଛି। ଶୀଘ୍ର ଏହା ଉପରେ ଟେଣ୍ଡର ଆହ୍ଵାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe