ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ

ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ

ଝାରସୁଗୁଡ଼ା: ଆଜି ଦିନ ପ୍ରାୟ ୧ଟା ସମୟରେ ୪୯ ନଂ ଜାତୀୟ ରାଜପଥର ସଦର ଥାନା ସମ୍ମୁଖରେ ଏକ ଟ୍ରାକ୍ଟର ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଓଲଟି ପଡ଼ିଥିଲା। ଏହି ଘଟଣାରେ ଆମ୍ବୁଲାନ୍ସ ଚାଳକ ଗୌରାଙ୍ଗ ସାହୁ, ଲଖନପୁରର ଶିଶୁ ଅର୍ପଣ କୌର ଓ ତାଙ୍କ ମା ଆହତ ହୋଇଥିଲେ। ଆହତଙ୍କୁ ସଦର ଥାନା ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି।

publive-image

ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ସେପଟେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଧରି ପୁଲିସର ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe