ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ:ହତ୍ୟା ମାମଲା ରୁୁଜୁ କଲା ପୁଲିସ

Advertisment
୪୮ ଘଣ୍ଟା ପରେ ବି ପୁଲିସ ହାତ ଖାଲି

ସାଲେଭଟା: ଗତ ୯ ତାରିଖରେ ଜମି ବିବାଦକୁ କେନ୍ଦ୍ରକରି ଆକ୍ରମଣର ଶିକାର ହୋଇଥିବା ଯୁବକ ଅକ୍ଷୟ ମଲ୍ଲିକଙ୍କ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଆଗଲପୁର ଫାଣ୍ଡି ପୁଲିସ ପୂର୍ବରୁ ରୁଜୁ କରିିଥିବା ଆକ୍ରମଣ ମାମଲାକୁ ହତ୍ୟା ମାମଲାରେ ରୂପାନ୍ତରିତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ଆଗଲପୁର ଫାଣ୍ଡି ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମରେ ଗତ ୯ତାରିଖ ଦିନ ଗାଁର ସାଧୁରାମ ମଲ୍ଲିକ ଏକ ରାସ୍ତା ଉପରେ ନିଜ ଅଧିକାର ଜାହିର କରି କଣ୍ଟାବାଡ଼ ବିଛାଇଥିଲେ। ସୀତାରାମଙ୍କ ପୁଅ ଅକ୍ଷୟ ମଲ୍ଲିକ ଘଟଣାସ୍ଥଳକୁ ଯାଇଥିବା ବେଳେ ସାଧୁଙ୍କ ସହ ତାଙ୍କ ବଚସା ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ସାଧୁ ଏକ ରଫାରେ ଅକ୍ଷୟଙ୍କୁ ଆକ୍ରମଣ କରିଥିଲେ। ଖବରପାଇ ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପୁଲିସ ଆଇପିସି ଧାରା ୩୦୭ରେ ମାମଲା ରୁଚୁ କରି ତଦନ୍ତ କରୁଥିଲା। ଆହତ ଅକ୍ଷୟଙ୍କୁ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୦ ତାରିଖ ଅପରାହ୍ନ ୪ଟାରେ ମୃତ୍ୟୁ ଘଟିଥିଲା। ବୁଧବାର ବୁର୍ଲାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଗଲପୁର ପୁଲିସ ଫାଣ୍ଡି ଅଧିକାରୀ କିଶୋର ଚନ୍ଦ୍ର ପତି ଘଟଣାର ତଦନ୍ତ କରିଥିଲେ। ମୃତ ଅକ୍ଷୟ ଅଭିଯୁକ୍ତ ସାଧୁଙ୍କ ପୁତୁରା ଅଟନ୍ତି। ଘଟଣା ପରେ ସାଧୁ ଫେରାର ଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe