ଝାରସୁଗୁଡା: ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ହୋଇଥିବା ବନ୍ଦ ଡାକରା ଝାରସୁଗୁଡାରେ ପାଳନ ହୋଇଛି। ସକାଳୁ ବଜରଙ୍ଗ ଦଳ ସଦସ୍ୟଙ୍କ ଦ୍ୱାରା ସହରର ବେହେରାମାଲ ଛକ, ବମ୍ବେ ଛକ, ବସଷ୍ଟାଣ୍ଡ ଛକ ଭଳି ଗୁରୁତ୍ୱପୂର୍ଣ ସ୍ଥାନମାନଙ୍କରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଯାଇଥିଲା। ଛକ ଜାଗାମାନଙ୍କରେ ବାଉଁଶ ବାରିକେଡ଼ ଦେଇ ରାସ୍ତା ଅବରୋଧ କରାଯାଇଛି। ତଥାପି ପେଟ୍ରୋଲ ପମ୍ପଗୁଡିକ ଖୋଲା ରହିଥିବା ବେଳେ ଗାଡି ମଟର ଚଳାଚଳ ଉପରେ ବିଶେଷ ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି। ଯଦିଓ ଭାରୀ ଯାନ, ବସ ଚଳାଚଳ ହେଉନାହିଁ ତଥାପି ମଟର ସାଇକଲ, କାର ଯାତାୟାତ ଉପରେ କୌଣସି କଟକଣା କରାଯାଇନାହିଁ। ଏହି ଘଟଣାରେ ଗଣମାଧ୍ୟମକୁ ନିଜର ବୟାନ ଦେଇ ଏସପି ସ୍ମିଥ ପରମାର ପୁରୁଷୋତ୍ତମ କହିଛନ୍ତି, ‘ପୂରା ଝାରସୁଗୁଡା ଜିଲ୍ଳାରେ ପୁଲିସ ମୁତୟନ ହୋଇଛି। ବିଭିନ୍ନ ସମ୍ପ୍ରଦାୟ ନେତାଙ୍କ ସହ ଆଲୋଚନା ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି।’
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us