ଝାରସୁଗୁଡା ଜଣେ ନିଶାସକ୍ତ ଯୁବକ ଝାରସୁଗୁଡା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଗ୍ରାହକଙ୍କୁ ସୋମବାର ଠକିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ୍ ଦ୍ବାରା ଧରାପଡ଼ିଛନ୍ତି। ଏଟିଏମ କାର୍ଡ କରି ଦେବାକୁ କହି ନିଜେ କିଛି ଗ୍ରାହକଙ୍କ ଫର୍ମ ପୂରଣ କରୁଥିବା ବେଳେ ସେଠାରେ ଥିବା ଲୋକଙ୍କ ଅଭିଯୋଗ ଆଧାରରେ ବ୍ୟାଙ୍କ ମୁଖ୍ୟ ପରିଚାଳକ ମଧୁସୂଦନ ରଥ ଅଟକ ରଖି ପୁଲିସ୍କୁ ସୂଚନା ଦେଇଥିଲେ। ଝାରସୁଗୁଡ଼ା ପୁଲିସ୍ ତାକୁ ଜିମାରେ ନେଇ ତଦନ୍ତ କରୁଛି। ଯୁବକକୁ ପଚରାଉଚରା କରିବା ସମୟରେ ନିଶାସକ୍ତ ଥିବା ଜଣାପଡ଼ିଥିଲା। ଯୁବକର ନାମ ଓ ଠିକଣା ସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ଆଇଆଇସି ସାବିତ୍ରୀ ବଳ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us