ଝାରସୁଗୁଡା: ଗତ ୧୦ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସରକାର ସକାଳୁଆ ଅଫିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଦେଖା ଯାଇଛି ଯେ ବିଭିନ୍ନ ସରକାରୀ ଅଫିସରେ ୮ଟା ସୁଦ୍ଧା ଅଧିକାରୀ ଓ କର୍ମଚାରୀ ପହଞ୍ଚୁ ନାହାନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ଗତ ୨୨ ତାରିଖ ଦିନ ଅଚାନକ ସକାଳ ୭ଟା ୩୦ରୁ ୮ଟା ମଧ୍ୟରେ ଜିଲ୍ଲା ସଦର ମହକୁମାର କେତେକ ସରକାରୀ ଦପ୍ତର ଗସ୍ତ କରିଥିଲେ। ଏହି ସମୟରେ ସେହି ଅଫିସଗୁଡ଼ିକରେ ବହୁ କମ୍ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିବା ବେଳେ ଅନେକ ଅଫିସରେ ଅଧିକାରୀ ମଧ୍ୟ ପହଞ୍ଚିନଥିଲେ। ସରକାରୀ କର୍ମଚାରୀଙ୍କ ଏଭଳି ଅବହେଳା ଯୋଗୁଁ ଜିଲ୍ଲାପାଳ ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ସକାଳ ୭ଟା ସୁଦ୍ଧା ସବୁ ସରକାରୀ ଅଫିସରେ କର୍ମଚାରୀ ଓ ଅଧିକାରୀ ପହଞ୍ଚିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଏନେଇ ଏକ ସର୍କୁଲାର ମଧ୍ୟ ପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us