ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି

Advertisment
ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ସେ ଝାରସୁଗୁଡ଼ା ଉପଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସରଙ୍କ ଠାରେ ୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ଭାଇ ବିଶାଳ ଦାସ, ପ୍ରସ୍ତାବକ ବେଣୁ ଗୋପାଳ ପାଣିଗ୍ରାହୀ, ରାଜେନ୍ଦ୍ର ବାଗ, ପ୍ରତାପ ନନ୍ଦ, ଦିଗମ୍ବର ଭୋଇ ଉପସ୍ଥିତ ଥିଲେ।

ଆଜି ସକାଳୁ ସୁଶ୍ରୀ ଦାସ ସରବାହଲସ୍ଥିତ ଘରୁ ବାହାରି ରାଜଶ୍ୟାମଲାଙ୍କ ମନ୍ଦିର, ଝାରସୁଗୁଡ଼ାର ଇଷ୍ଟ ବାବା ଝାଡ଼େଶ୍ୱରଙ୍କ ଠାରେ ପୂଜାର୍ଚ୍ଚନା କରି ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ଏଥିରେ ଡିଜେ, ପାରମ୍ପରିକ ବାଦ୍ୟ ସାମିଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe