ରେଙ୍ଗାଲି: ରେଙ୍ଗାଲି ବ୍ଲକ୍ ଅଫିସ୍କୁ ସଂଯୋଗ କରୁଥିବା ବ୍ରିଜ୍ର ଗୋଟିଏ ଭାଗ ଦବିଯାଇଛି। ଏହା ବିପଦସଙ୍କୁଳ ଥିବାରୁ ରାସ୍ତାଟି ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ଏବେ ଯାତ୍ରୀଙ୍କ ପାଇଁ ମହାବୀର ଛକରୁ ସପନେ ବ୍ରିଜ୍କୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ରେଳ ଫାଟକ ଅତିକ୍ରମ କଲା ପରେ ବ୍ରିଜ୍ର ଗୋଟିଏ କଡ଼ ଦବିଯାଇଛି। ରାସ୍ତା ଦେଇ ଶହ ଶହ ଯାନବାହନ ଦୈନନ୍ଦିନ ଯାତାୟାତ କରିଥାନ୍ତି। ସପନେ ବ୍ରିଜ୍, ସରକାରୀ ପଲିଟେକ୍ନିକ୍, ବ୍ଲକ୍ କାର୍ଯ୍ୟାଳୟ, ସାଲଡ ପଞ୍ଚାୟତ, ନିସାନଭଙ୍ଗା ପଞ୍ଚାୟତର କିଛି ଅଂଶକୁ ଲୋକମାନେ ଯାତାୟାତ କରୁଛନ୍ତି। ବ୍ରିଜ୍ଟି ଦବିଗଲା ପରେ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି।
ଦବିଗଲା ପୋଲ, ଆଶଙ୍କାରେ ଲୋକେ
Advertisment
Follow Us