ବ୍ରଜରାଜନଗର: ରେଂଗାଲି ଥାନା ଜାମଗାଁରେ ସାନ ଭାଇ ଅନୋଜ କଲେତ (୩୨)ର ଟାଙ୍ଗିଆ ଆକ୍ରମଣରେ ବଡ଼ ଭାଇ ମନୋଜ (୩୫) ଗୁରୁତର ଆହତ ହୋଇ ଝାରସୁଗୁଡ଼ା ସଦର ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ମୁଣ୍ଡରେ ଗଭୀର କ୍ଷତ ହୋଇଛି। ମଂଗଳବାର ପୂର୍ବାହ୍ଣ ୧୧ଟା ସମୟରେ ଅଲଗା ରହୁଥିବା ଏହି ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅନୋଜ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ପ୍ରହାର କରିବାରୁ ମନୋଜ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ଖବର ପାଇ ରେଂଗାଲି ପୁଲିସ ଅଭିଯୁକ୍ତ ସାନ ଭାଇ ଅନୋଜ କଲେତକୁ ଅଟକ ରଖିଥିବା ଜଣାପଡ଼ିଛି। କାରଣ ଜଣାପଡ଼ି ନଥିବା ବେଳେ ପୁଲିସ ଅନୁସଂଧାନ ଜାରି ରଖିଥିବା ଏସଆଇ ରଶ୍ମିରଂଜନ ପରିଜା ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us