ବ୍ରଜରାଜନଗର: ଆସନ୍ତା ୩୧ ତାରିଖ ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ (ବିଟିଓଏ) ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଟିଓଏ ନିର୍ବାଚନରେ ୯୫୦ ଜଣ ସଦସ୍ୟ ମତଦାନ କରିବାକୁ ରହିଥିବା ବେଳେ ବୁଧବାର ୫ଟି ପଦ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସଭାପତି ପଦରେ ଅମୀୟ ସାମଲ, ସତୀଶ ସିଂ, ରାମାନନ୍ଦ ଯାଦବ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦ ପାଇଁ ସଞ୍ଜୟ ରାୟ, ମୁକେଶ ସିଂ, ଅରୁଣ ଯାଦବ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମାନସ ସାହୁ, ବିଜୟ ସିଂ, ରାଜେଶ ଭକ୍ତା ସାଧାରଣ ସମ୍ପାଦକ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯୁଗ୍ମ ସମ୍ପାଦକ ପାଇଁ ମଧୁସୂଦନ ସିଂ, ଆଚ୍ଛେଲାଲ ସିଂ, ଜୀତେନ୍ଦ୍ର ଯାଦବ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କୋଷାଧ୍ୟକ୍ଷ ପଦ ପାଇଁ ରାଜୀବ ସିଂ, ଧନଞ୍ଜୟ ସିଂ, ଗଜେନ୍ଦ୍ର ପ୍ରସାଦ ନାଏକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବୁଧବାର ପୂର୍ବାହଣ ୧୧ଟାରୁ ଅପରାହଣ ୨ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ଆସନ୍ତା ୨୫ ତାରିଖ ପୂର୍ବାହଣ ୧୧ଟାରୁ ୧୨ଟା ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ ସମୟ ସୀମା ରହିଛି। ମଧ୍ୟାହ୍ନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ୨ଟା ପରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ। ସେମାନଙ୍କୁ ନିର୍ବାଚନ ସଂକେତ ଦିଆଯିବ। ୩୧ ତାରିଖ ସକାଳ ୮ଟାରୁ ୩ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ରହିଥିବା ବେଳେ ଅପରାହଣ ୪ଟାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ନିର୍ବାଚନ ପରିଚାଳନା ଅଧିକାରୀ ଜଣାଇଛନ୍ତି। ନିର୍ବାଚନ ପରିଚାଳନା ତଥା ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ବିଟିଓଏ ନିର୍ବାଚନ ୩୧ରେ,୧୫ ନାମାଙ୍କନ
Advertisment
Follow Us