ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ବିଟିଓଏ

ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ବିଟିଓଏ

ଝାରସୁଗୁଡ଼ା: ବ୍ରଜରାଜନଗର ଗାନ୍ଧୀଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଏଏସଆଇ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରିଥିବା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛି ବ୍ରଜରାଜନଗର ଟ୍ରକ ମାଲିକ ସଂଘ(ବିଟିଓଏ)। ସଂଘର ସଦସ୍ୟମାନେ ଟ୍ରକ ଟର୍ମିନାଲ ସମ୍ମୁଖରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରାସ୍ତାରେ ଯାଉଥିବା ଟ୍ରକଗୁଡ଼ିକୁ ଅଟକାଇ ପ୍ରଦର୍ଶନ କରାଯାଉଛି। ପରିସ୍ଥିତିର ନିୟନ୍ତ୍ରଣ ପାଇଁ ପୁଲିସ ସଜାଗ ରହିଛି।

publive-image

ବିଟିଓଏ ପକ୍ଷରୁ ଝାରସୁଗୁଡା ଓ ଛତିଶଗଡ଼ ପଟରୁ ଆସୁଥିବା ଭାରିଯାନଗୁଡ଼ିକୁ ଅଟକ ରଖାଯାଇ ଯାତ୍ରୀବାହୀ ଓ ଆମ୍ବୁଲାନ୍ସକୁ ଛାଡ଼ି ଦିଆଯାଉଛି। ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକଗୁଡ଼ିକ ଲମ୍ବା ଧାଡ଼ି ହୋଇ ଅଟକି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe