ପଡ଼ିଆବାହାଲ ରାସ୍ତା ଅବସ୍ଥା ବେହାଲ। ମାଳତୀ ଜୋରଟି ଏକ ସିଙ୍ଗଲ ରାସ୍ତା। ପୋଲ ଅତିକ୍ରମ କରୁଥିବା ବେଳେ ସାମନାରୁ ଅଚାନକ ଦ୍ରୁତଗତିରେ ଏକ ଟ୍ରଲର୍ ଚାଲି ଆସିଥିଲା। ତେବେ ଟ୍ରଲର୍ ସହ ମୁହାମୁହିଁ ଧକ୍କାରୁ ବର୍ତ୍ତିିବା ପାଇଁ ମୁଁ ବସ୍ ବ୍ରେକ୍ ଦେଇଥିଲି। ବସ୍ଟିର ବେଗ ମଧ୍ୟ ଅଧିକ ରହିଥିଲା। ବ୍ରେକ୍ ଦେବାରୁ ବୋଧେ ଚକ ଏଣ୍ଡ୍ଟି ଭାଙ୍ଗି ଯାଉଥିବା ଅନୁମାନ କରୁଛି। ଫଳରେ ବସ୍ଟି ଭାରସାମ୍ୟ ହରାଇ ଗୋଟେ ପଟକୁ ଟାଣି ହୋଇ ଯାଇଥିଲା ଓ ଦେଖୁଦେଖୁ ଏକ ବଡ଼ ଦୁର୍ଘଟଣା ଘଟି ଯାଇଛି। ମୁଁ ନିଶା କରିନଥିଲି କିମ୍ବା ନିଦରେ ମଧ୍ୟ ନଥିଲି ବୋଲି ବୁର୍ଲା ମେଡିକାଲ୍ରେ ଚିକିତ୍ସାଧୀନ ଥିବା ଆହତ ବସ୍ ଡ୍ରାଇଭର୍ ହିମାଂଶୁ ଶେଖର ନାଏକ ‘ସମ୍ବାଦ’କୁ କହିଛନ୍ତି। ତେବେ ସେ ଗିୟର୍ ବକ୍ସ୍ ଓ ଷ୍ଟିଅରିଂ ତଳେ ଚାପି ହୋଇ ଯାଇଥିବାରୁ ତାଙ୍କୁ ଶେଷରେ ଉଦ୍ଧାର କରା ଯାଇଥିଲା ବୋଲି କହିଛନ୍ତି। ତାଙ୍କ ନିଜ ଘର ନାକଟିଦେଉଳ ବ୍ଲକ୍ କିସିଣ୍ଡା ପାଖ କାଞ୍ଚନପୁର ବୋଲି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us