ଲାଞ୍ଚ ନେଇ ଧରାପଡ଼ିଲେ ଓରିଏଣ୍ଟ ଖଣି ମ୍ୟାନେଜର

ନିର୍ବାଚନ ପୂର୍ବରୁ ଡରାଇଲେ: ଦୁଇ ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇର ସମନ୍‌

ବ୍ରଜରାଜନଗର : ଏମ୍‌ସିଏଲ ପରିଚାଳିତ ବ୍ରଜରାଜନଗର ଓରିଏଣ୍ଟ କୋଇଲା ଖଣିକ୍ଷେତ୍ର ୨ ନଂ ଭୂତଳ ଖଣି ମ୍ୟାନେଜର ସୁରେନ୍ଦ୍ର କୁମାର ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି। ସୁରେନ୍ଦ୍ର କୁମାର ଶ୍ରମିକ ସିରାଜଉଦ୍ଦିନ ଠାରୁ ଟଙ୍କା ନେଉଥିବା ସମୟରେ ଭୁବନେଶ୍ୱର ସିିବିଆଇର ଏକ ଟିମ୍‌ ଚଢ଼ଉ କରିଥିଲେ।

ଇଲେକ୍ଟି୍ରି ସବ୍‌ଷ୍ଟେସନରେ ଗୋଟିଏ ପଦ ଖାଲି ଥିବାରୁ ସିରାଜଉଦ୍ଦିନଙ୍କୁ ସେଥିରେ ରଖିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ, ଏଥିପାଇଁ ସେ ୧୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ଦେବାରେ ବିଳମ୍ବ ହେବାରୁ ଏହି ଦାବି ୨୦ ହଜାର ଟଙ୍କାରେ ପହଞ୍ଚିଥିଲା। ଏତେ ଟଙ୍କା ଦେବା ପାଇଁ ସିରାଜଉଦ୍ଦିନ ପକ୍ଷରେ ସମ୍ଭବ ନଥିଲା। ସେଥିପାଇଁ ସେ ସିବିଆଇ ପାଖରେ ଅଭିଯୋଗ କରିଥିଲେ। ଆଜି ଯୋଜନା ମୁତାବକ ସିରାଜଉଦ୍ଦିନ ୧୦ ହଜାର ଟଙ୍କା ନେଇ ମ୍ୟାନେଜର ସୁରେନ୍ଦ୍ର କୁମାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ସିବିଆଇ ଟିମ୍‌ ଚଢ଼ଉ କରି ସୁରେନ୍ଦ୍ରଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe