ଟ୍ରେଲରରୁ ଖସିଗଲା ସିମେଣ୍ଟ ପୋଲ, ୪ ଘଣ୍ଟା ରାସ୍ତା ଜାମ

ଟ୍ରେଲରରୁ ଖସିଗଲା ସିମେଣ୍ଟ ପୋଲ, ୪ ଘଣ୍ଟା ରାସ୍ତା ଜାମ

ଝାରସୁଗୁଡ଼ା: ବଡ଼ମାଳ ଥାନା ତରେଇକେଲା ନିକଟ ଖେରୁଆଲ ପୋଲ ନିକଟରେ ଏକ ଟ୍ରେଲରରୁ ସିମେଣ୍ଟ ପୋଲ ଖସିପଡ଼ିବା ଫଳରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସ୍‍ପ୍ରେସ େଓ୍ଵ ୪ ଘଣ୍ଟା ଧରି ଜାମ ହୋଇଯାଇଥିଲା। ଶ୍ୟାମ ଡ଼ିଆର୍‌ଆଇ ନିକଟରେ ନିର୍ମାଣ ହେଉଥିବା ରାସ୍ତା ପାଇଁ ଏକ ନିର୍ମାଣକାରୀ ସଂସ୍ଥା ଖେରୁଆଲ ଠାରେ ରାସ୍ତା ତଳେ ପୋଲ ଉପରେ ପଡ଼ିବାକୁ ଥିବା ବୃହତ ସିମେଣ୍ଟ ପୋଲ ନିର୍ମାଣ କରିଥିଲା। ଗତ କାଲି ବହୁ ଚକ ବିଶିଷ୍ଟ ଟ୍ରେଲର ଯୋଗେ ଏହି ପୋଲକୁ ନେଉଥିଲା। ଟ୍ରେଲରଟି ରାସ୍ତା ଉପରକୁ ଉଠି ଟର୍ଣ୍ଣ କରୁଥିବା ବେଳେ ସିମେଣ୍ଟ ପୋଲଟି ଖସିପଡ଼ିଥିଲା। ଟ୍ରେଲର ମଧ୍ୟ ଓଲଟି ଯାଇଥିଲା। ଏହି ପୋଲ ଏତେ ଲମ୍ବାଥିଲା ଯେ ରାସ୍ତା ଅବରୋଧ କରି ରାସ୍ତା ତଳକୁ ମଧ୍ୟ ୨୦ ଫୁଟ ବାହାରି ପଡ଼ିଥିଲା। ମେସିନ୍‌ରେ ଦୁଇ ଖଣ୍ଡ କରି କାଟି ଜେସିବି ସାହାଯ୍ୟରେ ରାସ୍ତା ତଳକୁ ଗଡ଼ାଇବା ପରେ ରାସ୍ତା ଜାମ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe