କୋଇଲା ବୋଝେଇ ଟ୍ରକ ଓଲଟି ଚାଳକ ମୃତ

କୋଇଲା ବୋଝେଇ ଟ୍ରକ ଓଲଟି ଚାଳକ ମୃତ

ବ୍ରଜରାଜନଗର: ୪୯ ନମ୍ବର ଜାତୀୟ ରାଜପଥ ସାଗରପାଲି ଛକ ନିକଟରେ ରବିବାର ଏକ କୋଇଲା ବୋଝେଇ ଟ୍ରକ୍‌ (ଓଆର ୨୩ଇ-୨୪୧୬) ଓଲଟି ପଡ଼ିବା ଫଳରେ ଚାଳକ ଅନିଲ ଯାଦବ (୩୦)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ସେ କୋଇଲା ନେଇ ବେଲପାହାଡ଼ ପଟୁ ରାୟଗଡ଼ ଆଡ଼କୁ ଯାଉଥିବା ବେଳେ ରେଙ୍ଗାଲି ଥାନା ସାରପାଲି ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପଳରେ ତା’ ତଳେ ଚାପି ହୋଇ ଅନିଲଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe