କୋଇଲା ବୋଝେଇ ଟ୍ରକ୍‌ ଧକ୍କାରେ ବୃଦ୍ଧ ମୃତ

କୋଇଲା ବୋଝେଇ ଟ୍ରକ୍‌ ଧକ୍କାରେ ବୃଦ୍ଧ ମୃତ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କୁରେଇମାଲ ଛକରେ ମଙ୍ଗଳବାର ଏକ କୋଇଲା ବୋଝେଇ ଟ୍ରକ ଚଢ଼ିଯିବାରୁ ବୃଦ୍ଧ ଭକଚନ୍ଦ କରାଳି (୭୨ ବର୍ଷ)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ଘର ବଞ୍ଜାରୀ ଗ୍ରାମରେ ହୋଇଥିବା ବେଳେ ସେ ଝିଅ ଘର କୁରେଇମାଲ ଆସିଥିଲେ।

ଅପରାହ୍‌ଣ ସାଢ଼େ ୪ଟା ବେଳେ ଭକଚନ୍ଦ ଗାଧୋଇ ଝିଅ ଘରକୁ ଫେରୁଥିବା ବେଳେ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ତେବେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ ଚାଳକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପକାଇବା ସହ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ଡାକ୍ତରଖାନାକୁ ପଠାଇଥିଲା। ଏହା ସହ ଟ୍ରକ୍‌ ଜବତ କରି ଚାଳକଙ୍କୁ ଗିରଫ କରିଛି। ଗିରଫ କରିବା ସହିତ ଟ୍ରକଟିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe