ବ୍ରଜରାଜନଗର ଠିକା ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ

ବ୍ରଜରାଜନଗର ଠିକା ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ

ବ୍ରଜରାଜନଗର: ବ୍ରଜରାଜନଗର ପୌର ପରିଷଦ ପକ୍ଷରୁ ୧୪ଟି ୱାର୍ଡ ପାଇଁ ଠିକାରେ ସଫେଇ କର୍ମଚାରୀ ନିୟୋଜିତ କରାଯାଇଛି। ୧୨୨ ଜଣ ଠିକା ଶ୍ରମିକଙ୍କୁ ନି‌ୟୋଜିତ କରାଯାଇଛି। ମଂଗଳବାର ଏହି ଶ୍ରମିକମାନେ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ କରିବାରୁ ସଫେଇ କାର୍ଯ୍ୟ ଠପ୍ ପଡ଼ିଥିଲା। ଶ୍ରମିକ କର୍ମଚାରୀଙ୍କୁ ନିୟମିତ କରିବା, ସରକାରଙ୍କ ବର୍ଦ୍ଧିତ ମଜୁରୀ ହିସାବରେ ମଜୁରୀ ପ୍ରଦାନ ଆଦି ଦାବି କରାଯାଇଛି। ଏ ବାବଦରେ ସଂପୃକ୍ତ ଠିକାଦାର କହିଛନ୍ତି ଯେ ସଫେଇ କର୍ମଚାରୀମାନେ ୮ ଘଣ୍ଟା କାମ କରିବା କଥା। ସେମାନେ ତାହା ବି କରୁନାହାନ୍ତି। ୩ ଦିନ ତଳେ ପିଠା କାର୍ଯ୍ୟକ୍ରମ ତେଲେନପାଲି ଓ ୨ ନଂ ଠାକୁରପଡ଼ାରେ ଆୟୋଜିତ ହୋଇଥିଲା। ସେହି ପଡ଼ିଆକୁ ସଫା କରିବା ପାଇଁ କୁହାଯିବା ପରେ ମଧ୍ୟ ସେମାନେ ସଫା କରି ନଥିଲେ। ଏହାପରେ ସେମାନଙ୍କ କାମ ବନ୍ଦ କରି ଦିଆଯାଇଥିବା ଠିକାଦାର କହିଛନ୍ତି। ପୌର ନିର୍ବାହୀ ଅଧିକାରୀ ସେମାନଙ୍କୁ କାମ କରିବାକୁ ଅନୁମତି ଦେଲେ ତାଙ୍କ ଆପତ୍ତି ନାହିଁ ବୋଲି ଠିକାଦାର କହିଛନ୍ତି। ଏନେଇ ନିର୍ବାହୀ ଅଧିକାରୀ ଦିଲୀପ ପଟେଲ କହିଛନ୍ତି ଯେ ସେ ବାହାରେ ଅଛନ୍ତି। ବୁଧବାର ଫେରିଲେ ସମସ୍ୟାର ସମାଧାନ କରିବେ। ବର୍ଦ୍ଧିତ ମଜୁରୀ ବାବଦରେ ଏରିୟର ସହ ନୂଆ ମଜୁରୀ ଶୀଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ପଟେଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe