ବିବାହ ପାଇଁ ପରିବାର ଲୋକ ରାଜି ନହେବାରୁ ଗୋଟାଏ ଘରେ ରଶିି ଲଗାଇ ଜୀବନ ହାରିଲେ ପ୍ରେମୀଯୁଗଳ

ବିବାହ ପାଇଁ ପରିବାର ଲୋକ ରାଜି ନହେବାରୁ ଗୋଟାଏ ଘରେ ରଶିି ଲଗାଇ ଜୀବନ ହାରିଲେ ପ୍ରେମୀଯୁଗଳ

ଇବଥର୍ମାଲ : ଝାରସୁଗୁଡ଼ା ଜିଲ୍ଲାର ବନହରପାଲି ଥାନା ଅନ୍ତର୍ଗତ କୁମ୍ଭାରବନ୍ଧ ଫାଣ୍ଡିସ୍ଥିତ ରେଙ୍ଗାଲି କିଶାନପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିବାହ କରେଇ ଦେବାକୁ ପରିବାର ଲୋକେ ଅମଙ୍ଗ ହେବାରୁ ବିଲମ୍ବିତ ରାତ୍ରୀରେ ପ୍ରେମୀଯୁଗଳ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ପୁଲିସର ସୂଚନା ଅନୁସାରେ, ରେଙ୍ଗାଲି କିଶାନପଡ଼ାର ବିଦେଶୀ କିଶାନଙ୍କ ପୁଅ ସୁବ୍ରତ କିଶାନ(୨୭) ଅନେକ ଦିନହେଲା ଠେଲକୁଲିଥାନା ଅନ୍ତର୍ଗତ ଜୁନକର୍ମା ଗ୍ରାମର ସୁମତୀ ପିଙ୍ଗ (୨୨)ଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। ଅନେକ ଥର ସୁବ୍ରତ ଓ ସୁମତୀ ସେମାନଙ୍କ ବିବାହ କରାଇ ଦେବାକୁ ନିଜ ନିଜ ପରିବାରକୁ କହିଛନ୍ତି । ମାତ୍ର ସୁବ୍ରତଙ୍କ ପରିବାର ଲୋକ ତାଙ୍କ ବିବାହ ଅନ୍ୟତ୍ର ଠିକ୍ କରିଥିଲେ। ଆସନ୍ତା ମାସ ୩ ତାରିଖରେ ବାହାଘର ଲଗ୍ନ ସ୍ଥିର କରାଯାଇଥିଲା।

publive-image
The Hans India

ପରିବାର ଲୋକଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ସୁବ୍ରତ ଗତକାଲି ସୁମତୀଙ୍କୁ ନେଇ ନିଜ ଘରେ ପହଞ୍ଚିଥିଲେ। ସୁମତୀଙ୍କ ସହ ତାଙ୍କର ବାହାଘର କରିବାକୁ ପରିବାର ଲୋକଙ୍କ ପାଖରେ ଜିଦ୍ ଧରିଥିଲେ। ଏ ନେଇ ରବିବାର ସଂଧ୍ୟାରେ ପଡ଼ାଲୋକ ଓ ଜାତିଭାଇଙ୍କୁ ନେଇ ଏକ ସଭା କରାଯାଇଥିଲା। ସଭାରେ ସୁବ୍ରତ ଓ ସୁମତୀଙ୍କ ବିବାହ ହୋଇ ପାରିବ ନାହିଁ ବୋଲି ଫଇସଲା ହୋଇଥିଲା।

ଫଳରେ ଏଭଳି ଫଇସଲା ଶୁଣିବା ପରେ ସୁବ୍ରତ ଓ ସୁମତୀ ଏକ କୋଠରୀରେ ଭିତରପଟୁ କବାଟ କିଳି ଦଉଡ଼ି ଲଗାଇ ସାଙ୍ଗ ହୋଇ ଆତ୍ମହତ୍ୟା କରିଛନ୍ତି। ଘର ଲୋକ ଜାଣିବା ପରେ କୁମ୍ଭାରବନ୍ଧ ପୁଲିସକୁ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀ ଲକ୍ଷ୍ମୀନ୍ଦ୍ର ପାତ୍ର ଘଟଣାସ୍ଥଳ ପରିଦର୍ଶନ କରି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏ ସଂକ୍ରାନ୍ତରେ ବନହରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe