ବର୍ଷାରେ ଭାଙ୍ଗିଲା କଲଭର୍ଟ

ବର୍ଷାରେ ଭାଙ୍ଗିଲା କଲଭର୍ଟ

ଲଇକେରା: ଲଇକେରା ଗ୍ରାମର ମଡିଆମୁଡ଼ା କର୍ଲଭଟ ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ଦେଇ ଚାଷୀମାନେ ଚାଷ କରିବା ପାଇଁ ଟ୍ରାକ୍ଟର କି ପାୱାରଟିଲର ନେଇ ଯାଇପାରୁ ନାହାନ୍ତି। ସେହିପରି ଲ‌ଇକେରା ବଜାର ତଥା ଗ୍ରାମର ଆବର୍ଜନା ନେଇ ଡଷ୍ଟୟାର୍ଡକୁ ଗାଡ଼ି ଯାଇପାରୁ ନଥିବାରୁ ସବୁଆଡ଼େ ଆବର୍ଜନା ପଡ଼ିରହିଛି।

ଖବର ପାଇ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ସଞ୍ଜିତ ନାଏକ ଉକ୍ତ ସ୍ଥାନ ବୁଲି ଦେଖିଛନ୍ତି। କିପରି ଖୁବ ଶୀଘ୍ର ଏହାର ମରାମତି ହୋଇପାରିବ ସେଥିପ୍ରତି ଧ୍ୟାନ ଦେବେ ବୋଲି ଶ୍ରୀ ନାଏକ କହିଛନ୍ତି। ଏହା ଛଡ଼ା ଲଇକେରାରେ ଥିବା ହୋମିଓପାଥିକ ଚିକିତ୍ସାଳୟ ପରିସରରେ ବର୍ଷା ପାଣି ଜମି ରହୁଥିବା ଦେଖି କିପରି ତା’ର ନିଷ୍କାସନ ବ୍ୟବସ୍ଥା କରାଯିବ ସେ ନେଇ ଶ୍ରୀ ନାଏକ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe