ଅନ୍‌ଲାଇନ୍ ଟାକ୍ସ ନା’ରେ ୧୭ ଲକ୍ଷ ଲୁଟିନେଲେ ସାଇବର ଲୁଟେରା

Advertisment
ଅନ୍‌ଲାଇନ୍ ଟାକ୍ସ ନା’ରେ ୧୭ ଲକ୍ଷ ଲୁଟିନେଲେ ସାଇବର ଲୁଟେରା

Zee News - India.Com

ଝାରସୁଗୁଡ଼ା: ବଡ଼ମାଳ ଥାନା ଅନ୍ତର୍ଗତ ବେଦାନ୍ତ ମିଡୋସ୍‌ରେ ରହୁଥିବା ମୁକେଶ ମୁଣ୍ଡଙ୍କୁ ଅନ୍‌ଲାଇନ୍‌ ଟାସ୍କ ଦେଇ ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ସାଇବର ଲୁଟେରା ୧୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବଡ଼ମାଳ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅଭିଯୋଗ ଅନୁସାରେ, ଗତ ୨ ତାରିଖ ଶ୍ରୀ ମୁଣ୍ଡଙ୍କ ନିକଟକୁ ଏକ ହ୍ବାଟସ୍‌ଆପ୍‌ ମ୍ୟାସେଜ୍‌ ଆସିଥିଲା। ଉକ୍ତ ମ୍ୟାସେଜ୍‌ରେ ଦିଆଯାଇଥିବା ସୂଚନା ଅନୁସାରେ, ଶ୍ରୀ ମୁଣ୍ଡ ପାର୍ଟ ଟାଇମ୍‌ ଜବ୍‌ ପାଇଁ ପ୍ରସ୍ତୁତ ହୋଇଥିଲେ। ତାଙ୍କୁ ଦିଆଯାଉଥିବା ନିର୍ଦ୍ଦେଶ ଅନୁସାରେ, ସେ ଏକ ଆକାଉଣ୍ଟକୁ ୧୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିବା ବେଳେ ସେପଟୁ ଆସିବାକୁ ଥିବା ଟଙ୍କା ଆଉ ମିଳିନଥିଲା। ଏହା ପରେ ସେ ଠକେଇର ଶିକାର ହୋଇଥିବା ଜାଣି ପୁଲିସ୍‌ର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe