ପୋଲ ତଳକୁ ଖସି ସାଇକଲ ଚାଳକ ମୃତ

ପୋଲ ତଳକୁ ଖସି ସାଇକଲ ଚାଳକ ମୃତ

ଲଇକେରା: ଲଇକେରା ଥାନା ସାହାସପୁର ଫାଣ୍ଡି ଖୁନ୍ତାମାଲ ଡୁମେରଡିହି ମଝିରେ ଥିବା ବଗରା ନାଲା ପୋଲ ତଳକୁ ଖସି ପଡ଼ି ଜଣେ ସାଇକଲ ଚାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବାରଅଡ଼ା-ସୁଡୁଂଗ ଗାଁର ହରି ମୁଣ୍ଡା (୪୫)। ବୁଧବାର ରାତିରେ ଡୁମେରଡିହି ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲେ। ଗୁରୁବାର ସକାଳେ ଏହା ଜଣାପଡ଼ିବା ପରେ ଫାଣ୍ଡି ପକ୍ଷରୁ ଶବ ଜବତ କରାଯାଇ ଏକ ଅପମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ କରାଯିବା ସହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ଅଧିକାରୀ ବଳରାମ ସାଗର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe