ଡିଜେଲ୍ ଓ ବ୍ୟାଟେରି ଜବତ:୨ ଅଟକ

ଡିଜେଲ୍ ଓ ବ୍ୟାଟେରି ଜବତ:୨ ଅଟକ

ବ୍ରଜରାଜନଗର: ଚୂନାଭଟା ଗଁାର ଦୁଇ ଜଣ ଯୁବକ ସନ୍ତୋଷ ନାଗ (୨୩) ଓ ସୁବଳ ମଗର (୨୩)ଙ୍କୁ ବ୍ରଜରାଜନଗର ପୁଲିସ୍ ଡିଜେଲ୍ ଓ ଗାଡ଼ିର ବ୍ୟାଟେରି ଚୋରି ଅଭିଯୋଗରେ ଅଟକ ରଖି ପଚରାଉଚରା କରୁଛି। ‌ଏହି ଦୁଇ ଜଣ ବିନୋଦ ମଧେଶିରିଆ ଓ ତାଙ୍କ ଜଣେ ସାଥୀଠାରୁ ୫୦ ଲିଟର ଡିଜେଲ ଚୋରି କରିଥିବା ଅଭିଯୋଗ ହୋଇଛି। ସେମାନେ ଗାଡ଼ି ବ୍ୟାଟେରି ସହ ‌ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଏତଲକୁ ଭିତ୍ତି କରି ଉଭୟଙ୍କୁ ଅଟକ ରଖିଛି। ଇବ ନଦୀରେ ନିର୍ମାଣାଧୀନ ନୂଆ ରେଳ ପୋଲ ପାଇଁ ନିୟୋଜିତ କରାଯାଇଥିବା ଏକ ଜେସିବି ପାଇଁ ଡିଜେଲ ଧରି ଆସୁଥିବା ବେଳେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଟେରି ଓ ଡିଜେଲ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଧବଳେଶ୍ବର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe