ଝାରସୁଗୁଡ଼ା: ଆଇଓସିଏଲ୍‌ ପାଇପ ଲାଇନ୍‌ରୁ ୪୦,୦୦୦ ଲିଟର ଡିଜେଲ ଚୋରି

ଝାରସୁଗୁଡ଼ା: ଆଇଓସିଏଲ୍‌ ପାଇପ ଲାଇନ୍‌ରୁ ୪୦,୦୦୦ ଲିଟର ଡିଜେଲ ଚୋରି

ଝାରସୁଗୁଡ଼ା: ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ୍‌(ଆଇଓସିଏଲ୍‌)ର ପାଇପ ଲାଇନ୍‌ରୁ ୪୦,୦୦୦ ହଜାର ଲିଟର ଡିଜେଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ାରୁ ରାଞ୍ଚି ଯାଇଥିବା ଆଇଓସିଏଲ୍‌ ପାଇପ୍‌ ଲାଇନରୁ ବ୍ୟାପକ ପରିମାଣରେ ଡିଜେଲ ଚୋରି ହୋଇଥିବା ନେଇ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡିହି ଫାଣ୍ଡିରେ ଅଭିଯୋଗ ହୋଇଛି। ତେଲ ଚୋରି ନେଇ ଆଇଓସିଏଲ୍‌ର ଅପରେସନ ମ୍ୟାନେଜର ସନ୍ତୋଷ ବେହେରାଙ୍କ ଅଭିଯୋଗ ଅନୁସାରେ ଗତ ମେ’ ମାସ ୨୪ ତାରିଖରେ ୨୭,୦୦୦ ଲିଟର ଓ ୨୮ ତାରିଖରେ ୧୩,୦୦୦ ଲିଟର ଡିଜେଲ ଚୋରି ହୋଇଛି।

publive-image

ଝାରସୁଗୁଡ଼ାସ୍ଥିତ ଆଇଓସିଏଲର ଟର୍ମିନାଲରୁ ତେଲ ଚୋରି ସମ୍ପର୍କରେ ଜଣାଯିବା ପରେ ଏସପି ଅଶ୍ୱିନୀ କୁମାର ମହାନ୍ତିଙ୍କ ନିର୍ଦ୍ଦେଶରେ ଏସଡିପିଓ କୈଳାଶ ଚନ୍ଦ୍ର ଆଚାର୍ଯ୍ୟ, ଲଇକେରା ଥାନା ଅଧିକାରୀ ଓ ବାଗଡିହି ଫାଣ୍ଡି ଅଧିକାରୀ ବୁଢ଼ାପଡ଼ା ନିକଟରେ ଥିବା ଚାଷ ଜମି ଦେଇ ଯାଇଥିବା ପାଇପ ଲାଇନ ଅନୁସନ୍ଧାନ କରିଥିଲେ। ପୁଲିସ ଟିମର ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ଚୋରମାନେ ୪ଫୁଟ ମାଟି ଭିତରେ ଯାଇଥିବା ପାଇପଲାଇନକୁ ଡ୍ରିଲ କରି ୨ ଦିନରେ ୪୦,୦୦୦ ଲିଟର ଡିଜେଲ ଚୋରି କରି ନେଇଥିଲେ। ତେଲ ଚୋରି ନେଇ ପୁଲିସ ସନ୍ଦେହ କରିଛି ଯେ, ଏହି ର‍୍ୟାକେଟରେ କିଛି ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିଙ୍କର ହାତ ରହିଛି। ପରେ ଆଇଓସିଏଲ ପକ୍ଷରୁ ଯେଉଁ ସ୍ଥାନରୁ ଡିଜେଲ ଚୋରି ହୋଇଛି ତାହାକୁ ମରାମତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe