ସେଲଫି ବେବୋ ମୃତ୍ୟୁ ଘଟଣା: ଧ୍ରୁବରାଜ ସୁନାଙ୍କୁ ଝାରସୁଗୁଡ଼ା ଜେଲରୁ ୩ ଦିନିଆ ରିମାଣ୍ଡରେ ନେଲା ସମ୍ବଲପୁର ପୁଲିସ

ସେଲଫି ବେବୋ ମୃତ୍ୟୁ ଘଟଣା: ଧ୍ରୁବରାଜ ସୁନାଙ୍କୁ ଝାରସୁଗୁଡ଼ା ଜେଲରୁ ୩ ଦିନିଆ ରିମାଣ୍ଡରେ ନେଲା ସମ୍ବଲପୁର ପୁଲିସ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସେଲଫି ବେବୋ ଓରଫ ସିମ୍‌ରନ୍‌ ସିଂ ମୃତ୍ୟୁ ଘଟଣାରେ ସମ୍ବଲପୁର ପୁଲିସ ରବିବାର ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଧ୍ରୁବରାଜ ସୁନାକୁ ରିମାଣ୍ଡରେ ନେଇଛି। ପୁଲିସ ଧ୍ରୁବରାଜଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିବ ବୋଲି ଜଣାପଡ଼ିଛି। ଧ୍ରୁବରାଜଙ୍କ ରିମାଣ୍ଡ ଅବଧୀ ଜାନୁଆରି ୨୯ରେ ଶେଷ ହେବ।

ସୂଚନାଯୋଗ୍ୟ ଚଳିତ ମାସ ୪ ତାରିଖ ସକାଳେ ଆଲବମ ଅଭିନେତ୍ରୀ ସିମରନଙ୍କ ମୃତଦେହ ମହାନଦୀ ପୋଲ ତଳେ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏହା ପରେ ସ୍ଥାନୀୟଲୋକେ ପୁଲିସକୁ ଏବାବଦରେ ଖବର ଦେଇଥିଲେ। ଉଦ୍ଧାର ବେଳେ ମୃତ ସିମରନ୍‌ ଜିନସ୍‌ ପ୍ୟାଣ୍ଟ, ଜ୍ୟାକେଟ ପିନ୍ଧିଥିଲେ। ତାଙ୍କର ମୃତଦେହ ପାଖରେ ଏକ ଲେଦର ବ୍ୟାଗ୍‌ ପଡ଼ିଥିଲା। ପୁଲିସ ଏସବୁ ଜିନିଷ ପତ୍ର ଜବତ କରିଥିଲା।

ସିମ୍‌ରନ୍‌ଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଏହି ଘଟଣାରେ ପୁଲିସ ଧ୍ରବରାଜ ସୁନାକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe