ଝାରସୁଗୁଡ଼ା: କୋଲାବିରା ଥାନା ଅନ୍ତର୍ଗତ କେଲଣ୍ଡାମାଲ ପଞ୍ଚାୟତର ପାଣୁମୁଣ୍ଡା ଜଙ୍ଗଲରେ ରବିବାର ଜଣେ ମହିଳାଙ୍କ ଗଳିତ ଶବ ପଡ଼ିଥିବା ଦେଖାଯାଇଛି। ସନ୍ଧ୍ୟା ହୋଇଯିବାରୁ ମହିଳାଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ଆଜି ସନ୍ଧ୍ୟାରେ କେହି ପୁଲିସକୁ ଏ ସଂପର୍କରେ ସୂଚନା ଦେଇଥିଲେ। ସନ୍ଧ୍ୟା ନଇଁ ଆସିବାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ। ମୃତଦେହ ଉଦ୍ଧାର ହେବା ପରେ ସୋମବାର ଚିହ୍ନଟ କରାଯିବ ବୋଲି କୋଲାବିରା ଆଇଆଇସି ସୁକୁମାର ତ୍ରିପାଠୀ କହିଛନ୍ତି। ମହିଳା ଜଣକ ନିକଟସ୍ଥ ଏକ କାରଖାନାରେ କାମ କରୁଥିବା ସ୍ଥାନୀୟ ଲୋକ କହୁଥିବା ବେଳେ କେଉଁ ପରିସ୍ଥିିତିରେ ସେ ଜଙ୍ଗଲକୁ ଗଲେ ସେ ନେଇ ନାନା କଥା ଶୁଣିବାକୁ ମିଳୁଛି। ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି ତାହା ତଦନ୍ତ ପରେ ଜଣାପଡ଼ିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us