‘ସବୁ ଖଣି ପ୍ରଭାବିତ ଅଞ୍ଚଳରେ ଡିଏମଏଫ ବିନିଯୋଗ ହେବ’

‘ସବୁ ଖଣି ପ୍ରଭାବିତ ଅଞ୍ଚଳରେ ଡିଏମଏଫ ବିନିଯୋଗ ହେବ’

ଝାରସୁଗୁଡ଼ା: ଜିଲ୍ଲାର ସମସ୍ତ ଖଣି ପ୍ରଭାବିତ ଅଞ୍ଚଳରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରାଯାଇ ଏହାର ସଫଳ ରୂପାୟନ ଯେପରି ହେବ ସେ ନେଇ ଅଧିକାରୀମାନେ ଯତ୍ନବାନ ହେବାକୁ ରାଜ୍ୟ ଶକ୍ତି ବିଭାଗ କମିସନର ତଥା ଶାସନ ସଚିବ ଓ ଜିଲ୍ଲା ପଯ୍ୟର୍ବେକ୍ଷକ ହେମନ୍ତ ଶର୍ମା ମତବ୍ୟକ୍ତ କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଖଣିଜ ପାଣ୍ଠି ବୈଠକରେ ଶ୍ରୀ ଶର୍ମା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ସେବା ପ୍ରଦାନ, ଶିକ୍ଷା, ବୈଷୟିକ ଶିକ୍ଷା, ମହିଳା ଶିଶୁ ବିକାଶ, ଆଦିବାସୀ ହରିଜନ କଲ୍ୟାଣ, ଖଣିଜ ଉତ୍ତୋଳନ ସକାଶେ ଜମି ଅଧିଗ୍ରହଣ, ରେଳ ଯୋଗାଯୋଗ ପ୍ରଭୃତି କାଯ୍ୟର୍ କରିବା ସଂପର୍କରେ ଆଲୋଚନା କରିଥିଲେ।

ବୋର୍ଡ଼ର ସଦସ୍ୟ ମାନେ ପ୍ରାଥମିକତା ଭିତ୍ତିରେ ପ୍ରସ୍ତାବ ଗୁଡ଼ିକ କାଯ୍ୟର୍କାରୀ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବନ୍ଧ, ପୋଖରୀ ଖନନ କାଯ୍ୟର୍ ତ୍ୱରାନ୍ଵିତ କରିବା କରିବା ସହିତ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା ସକାଶେ ୧୭ଟି ପ୍ରକଳ୍ପ ପାଇଁ ଡିପିଆର୍‌ ପ୍ରସ୍ତୁତ କରିବା, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ୍‌କୁ ଅଧିକ କ୍ରିୟାଶୀଳ କରିବାକୁ ଗୁରୁତ୍ୱ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ, ସାଂସଦ ପ୍ରଭାସ ସିଂହ, ବିଧାୟକ ନବ କିଶୋର ଦାସ, ବିଧାୟିକା ରାଧାରାଣୀ ପଣ୍ଡା, ଏଡିଏମ୍‌ ସୀତାରାମ ପଟେଲଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe