ଯୌତୁକ ନିର୍ଯ୍ୟାତନା ପରେ ଆତ୍ମହତ୍ୟା ମାମଲା: ପରିବାରର ୫ ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡ

ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶ ଉପରେ ଅଙ୍କୁଶ

ଝାରସୁଗୁଡ଼ା: ଅତିରିକ୍ତି ଜିଲ୍ଳା ଓ ଦୌରାଜଜ ସୌମେନ୍ଦ୍ର କୁମାର ରାଜଗୁରୁ ଶୁକ୍ରବାର ଏକ ଯୌତୁକ ନିର୍ଯ୍ୟାତନା ପରେ ଆତ୍ମହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତମାନଙ୍କୁ ୭ ବର୍ଷ କାରାଦଣ୍ଡ ଦେଇଛନ୍ତି। ଯୌତୁକ ନିର୍ଯ୍ୟାତନ ସହି ନପାରି ଝିଅ ମଧୁସ୍ମିତା ଦର୍ଜୀ ଓରଫ ନିଲିମା ଆତ୍ମହତ୍ୟା କରିବା ପରେ ବଲାଙ୍ଗୀର ରାମଜୀପଡ଼ା ନିବାସୀ ପିତା ପ୍ରହଲ୍ଲାଦ ଦର୍ଜୀ ୨୦୦୬ ଅଗଷ୍ଟ ୧୫ରେ ଝାରସୁଗୁଡ଼ା ଥାନାରେ ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଅଭିଯୋଗ ଆଣିଥିଲେ। ସେ ଅଭିଯୁକ୍ତ ଶ୍ୱଶୁର କୃଷ୍ଣଚନ୍ଦ୍ର ଦର୍ଜୀ(୬୧), ଶାଶୁ ପୂର୍ଣ୍ଣିମା ଦର୍ଜୀ(୫୭), ପତି ଯୁଧିଷ୍ଠୀର ଦର୍ଜୀ(୩୬), ଦିଅର ଜୀତେନ୍ଦ୍ର ଦର୍ଜୀ ଓ ଅମିତ ଦର୍ଜୀ(୩୨) ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।

ପୁଲିସ ଭାରତୀୟ ଦଣ୍ଡ ସଂହିତା ଧାରା ୪୯୮(ଏ), ୩୦୪ (ବି), ୪୦୬ରେ ଏକ ମାମଲା ରୁଜୁ କରିଥିଲା। ୨୦୦୬ ଅଗଷ୍ଟ ୧୪-୧୫ ରାତିରେ ପୀଡ଼ିତା ଘର ଭିତରେ ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଯୌତୁକ ନିର୍ଯ୍ୟାତନା ମାତ୍ରା ଅଧିକ ହେବାରୁ ମଧୁସ୍ମିତା ଆତ୍ମହତ୍ୟା କରିଛନ୍ତି ବୋଲି ଜଜ ରାଜଗୁରୁ ୨୫ଜଣ ସାକ୍ଷୀଙ୍କ ବୟାନକୁ ପ୍ରମାଣିତ କରିଛନ୍ତି। ବିବାହ ବେଳେ ଯୁଧିଷ୍ଠୀରଙ୍କୁ ନଗଦ ଏକ ଲକ୍ଷ ଟଙ୍କା, ମୋଟର ସାଇକେଲ ଓ ସୁନା ଗହଣା ସହିତ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଥିଲା। କିନ୍ତୁ ଅସନ୍ତୁଷ୍ଠ ଯୁଧିଷ୍ଠୀର ଆହୁରି ୨ଲକ୍ଷ ଟଙ୍କା ଦାବି କରି ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe