ସହକାରୀ ପ୍ରଫେସର ପରୀକ୍ଷାରେ ଡା. ପ୍ରଦୀପ ଭୋଇ ରାଜ୍ୟ ଟପ୍ପର

Advertisment
ସହକାରୀ ପ୍ରଫେସର ପରୀକ୍ଷାରେ ଡା. ପ୍ରଦୀପ ଭୋଇ ରାଜ୍ୟ ଟପ୍ପର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ୧୯ ଖଣ୍ଡ ମୌଜା ଅନ୍ତର୍ଗତ ରେମତା ପଞ୍ଚାୟତ ଶରଧା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଲେକ୍ରୁ ଭୋଇଙ୍କ ପୁଅ ଡା. ପ୍ରଦୀପ ଭୋଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ସହକାରୀ ପ୍ରଫେସର ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।

କମ୍ୟୁନିଟି ମେଡିସିନ ବିଭାଗର ସହକାରୀ ପ୍ରଫେସର ପଦବି ପାଇଁ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଥିବାରୁ ଲଖନପୁର ବ୍ଲକ ନାଗରିକ ପରିଷଦ, ଆନ୍ତର୍ଜାତିକ ପ୍ରକୃତି ପ୍ରତିଷ୍ଠାନ, ପୃଥିବୀ ବିଜ୍ଞାନ କ୍ଲବ୍‌ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଡା. ଭୋଇ ଏବେ କମ୍ୟୁନିଟି ମେଡିସିନ ବିଭାଗରେ ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe