ବ୍ରଜରାଜନଗର: ଗାନ୍ଧୀ ଛକ ବଲାଙ୍ଗୀବାହାଲ ରାସ୍ତାର ଭୋଇମୁଣ୍ଡା ଆମ୍ବତୋଟା ନିକଟରେ ଗତ ୨୪ ତାରିଖ ଅପରାହ୍ଣରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଗିରଫ ହୋଇଛି। ଟାଟା ମେଜିକ (ଓଆର ୨୩ସି ୯୧୯୮) ଧକ୍କାରେ ବାଇକ ଆରୋହୀ ୪ ଜଣଙ୍କ ମଧ୍ୟରୁ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା। ବାପ ଝିଅ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଟାଟା ମେଜିକ ଡ୍ରାଇଭର ଗଣେଶ ଭୋଡ଼େକ (୨୪)କୁ ପୁଲିସ ସୋମବାର ଗିରଫ କରିଛି। ତା’ ଘର ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ବୋଲି ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us