ବ୍ରଜରାଜନଗର: ପାଞ୍ଚ ମାସ ତଳେ ବ୍ରଜରାଜନଗର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର (ସା)ରେ ଏକ ଅଲୋଡ଼ା ୧୧ ଦିନର ଶିଶୁ ପୁତ୍ରକୁ ରଖାଯାଇଥିଲା। ସେଠି ଶିଶୁର ନାମ ଶିବୁ ରଖାଯାଇଥିଲା। ବୁଧବାର ଦୁବାଇର ଆଇଟି ଇଞ୍ଜିନିୟର ରାହୁଲ ଦୁବେ ଓ ଶାନ୍ତି ଖାନ୍ନା ଦୁବେ ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଫଳରେ ଆଜି ଶିଶୁର ନାମ ବଦଳି ଶିବୁ କ୍ରିସିଭି ଦୁବେ ରଖାଯାଇଛି। ଆବଶ୍ୟକ କାଗଜପତ୍ର ପରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ ଦୁବେ ଦମ୍ପତିଙ୍କୁ ଶିଶୁକୁ ହସ୍ତାନ୍ତର କରିଥିଲେ। ଏହି ସମୟରେ ଝାରସୁଗୁଡ଼ା ଏସ୍ପି ପି. ପରମାର, ସା’ର ନିର୍ଦେଶକ ଡ. ବିଜୟ ପଟ୍ଟନାୟକ, ସା’ର ମ୍ୟାନେଜର ରଞ୍ଜିତା ତନ୍ତି, ସିଡବ୍ଲୁସି ଅଧ୍ୟକ୍ଷ ଆଶିଷ ପଣ୍ଡା, ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ସୁରକ୍ଷା ଅଧିକାରୀ ପ୍ରିୟଙ୍କା ସାମଲ, ପ୍ରବୀର ବାଗ, ମଞ୍ଜରୀ ସୁନା, କେୟାର ଟେକର ମମତା, ବାସନ୍ତୀ, ଦୀପ୍ତି, ବୀଣା ଓ ସୀତା ଉପସ୍ଥିତ ଥିଲେ।
ଶିଶୁପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କଲେ ଦୁବାଇର ଦମ୍ପତି
Advertisment
Follow Us