କର୍ମଚାରୀଙ୍କ ଆନ୍ଦୋଳନ: ୫ ଦିନ ହେଲା ଅଫିସ ବନ୍ଦ

କର୍ମଚାରୀଙ୍କ ଆନ୍ଦୋଳନ: ୫ ଦିନ ହେଲା ଅଫିସ ବନ୍ଦ

ଝାରସୁଗୁଡା: ସର୍ବଶିକ୍ଷା ଅଭିଯାନର ଜିଲ୍ଲାସ୍ତରୀୟ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଝରସୁଗୁଡ଼ା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଗତ ୪ ତାରିଖଠାରୁ ବନ୍ଦ ରହିଛି। ଅଫିସରେ କର୍ମରତ ୨୫ ଜଣ କର୍ମଚାରୀ ଭୁବନେଶ୍ବର ପିଏମ୍‌ଜି ଛକରେ ଚାଲିଥିବା ଗଣଧାରଣାରେ ସାମିଲ ହୋଇଥିବାରୁ ଏଠାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ପାଇଁ ଯାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ସାଧାରଣ ଲୋକ ଯାଇ ଫେରି ଆସୁଥିବା ଦେଖା ଯାଉଛି। ଦୀର୍ଘ ୨୨ ବର୍ଷ ଧରି ଚୁକ୍ତିଭିତ୍ତିକ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ସପ୍ତମ ବେତନ କମିସନ ଅନୁଯାୟୀ ବର୍ଦ୍ଧିତ ଦରମା ପ୍ରଦାନ ପ୍ରଭୃତି ୩ ଦଫା ଦାବି ନେଇ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନ୍ଦୋଳନ ଜାରି ରହିବ ବୋଲି ଓପେପା ଏବଂ ଇଏସ୍‌ଏ ସରକାରଙ୍କ ଠାରେ ଦାବି କରିଛି ବୋଲି ଜିଲ୍ଲା ସଭାପତି ଧୀରେନ୍ଦ୍ର କୁମାର ଦାଶ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe