ଝାରସୁଗୁଡ଼ା: ଚିଖିଲାପାଲି ଗ୍ରାମରେ ୬୫ ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ରେଙ୍ଗାଲି ପୁଲିସ। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛ। ସେମାନଙ୍କ ଠାରୁ ୧୧୦ ଖଣ୍ଡ ୫୦୦ ଟଙ୍କିଆ ଓ ୫ ଖଣ୍ଡ ୨୦୦୦ ଟଙ୍କିଆ ଜାଲ ନୋଟ୍ ଜବତ କରାଯାଇଛି। ଓଡିଶା-ଛତିଶଗଡ଼ ସୀମାନ୍ତ ବିଭିନ୍ନ ଗ୍ରାମାଞ୍ଚଳରେ ଜାଲ ନୋଟ କାରବାର କରୁଥିବା ସୂଚନା ପାଇ ପୁଲିସ ଆଜି ଚିଖିଲାପାଲି ଗାଁରେ ଚଢ଼ାଉ କରିଥିଲା। ଜାଲ ନୋଟ୍ କାରବାର ପଛରେ ଏକ ରାକେଟ୍ ରହିଥିବା ପୁଲିସ ସନ୍ଦେହ କରୁଛି।
/sambad/media/post_attachments/wp-content/uploads/2019/01/jsg-1-1024x576.jpg)
ଘଟଣା ରେ ସମ୍ପୃକ୍ତ ଥିବା ତିନି ଜଣ ବ୍ୟକ୍ତି ଚିଖଳାପାଲିର ବିରାଟ ଗୁପ୍ତା, ଛତିଶଗଡ଼ ତିନିମିନିର ମୁକୁନ୍ଦ ଗୁପ୍ତା ଓ ଚାଟିପାଲିର ଦିନେଶ୍ ବିଶ୍ୱାଳଂକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଥିବା ରେଙ୍ଗାଲି ଥାନା ଅଧିକାରୀ ଗିତି ରଞ୍ଜନ ମହାପାତ୍ର କହିଛନ୍ତି । ଏହି ଯୁବକ ମାନଙ୍କ ଠାରୁ ଜାଲ ଟଙ୍କା ସହିତ କାଗଜ ଓ ପ୍ରିଣ୍ଟର ଜବତ କରିଛି ପୁଲିସ।
Follow Us