ବ୍ରଜରାଜନଗର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଗୁଳିକାଣ୍ଡ,୧ ଗୁରୁତର

ବ୍ରଜରାଜନଗର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଗୁଳିକାଣ୍ଡ,୧ ଗୁରୁତର

ଝାରସୁଗୁଡା  : ସୋମବାର ରାତି ସାଢ଼େ ୮ ଟା ସମୟରେ ବ୍ରଜରାଜନଗର ପୁରୁଣା ବସଷ୍ଟାଣ୍ଡ ନିକଟରେ ଦୁଇ ଜଣ ଆତତାୟୀଙ୍କ ଗୁଳିରେ ଅମିତ ଧଳ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣ ଯୁବକ ଏକ ବାଇକରେ ଆସି ତାସ ଖେଳୁଥିବା ଅମିତ ଧଳଙ୍କ ଉପରକୁ ୫ ରାଉଣ୍ଡ ଗୁଳିକରି ପଳାଇଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣାପଡିଛି ।

ଗୁଳିକାଣ୍ଡ ପରେ ଉକ୍ତ ଯୁବକଙ୍କ ମାନେ ବାଇକ ସହିତ ପିସ୍ତଲ ମଧ୍ୟ ଛାଡ଼ି ଦୌଡ଼ି ପଳାଇଥିଲେ। ପୁଲିସ ବାଇକ, ପିସ୍ତଲ ସହିତ ୪ ଗୋଟି ଖୋକା ଜବତ କରିଛି। ଆହତଙ୍କୁ ପ୍ରଥମେ ମଣ୍ଡଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତଙ୍କ ଛାତିରେ ଗୁଳି ବାଜିଥିବା ପ୍ରକାଶ। ଅପରାଧିକ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଏହି ଗୁଳିକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ ଅନୁମାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe